ଭୁବନେଶ୍ବର: ଆଜି ମୁକ୍ତିଲାଭ କରୁଛି ଏ ବର୍ଷର ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’। ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ସିନେମା ଜରିଆରେ ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ବଡ଼ ପରଦାକୁ ଫେରୁଛନ୍ତି ନାୟକ ଅରିନ୍ଦମ ରାୟ। ଏଥିରେ ‘ବାବୁ ଭାଇଜାନ୍’ଭାବେ ପରଦାକୁ ଆସୁଛନ୍ତି ଅରିନ୍ଦମ୍। ‘ବାବୁ ଭାଇଜାନ୍’ର ଟାଇଟଲ୍ ଭୂମିକାରେ ଅରିନ୍ଦମ୍ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ନାୟିକା ଭୂମିକା ନିଭାଇଛନ୍ତି ଶିବାନୀ ।

Advertisment

ଅରିନ୍ଦମ୍-ଶିବାନୀଙ୍କ ବ୍ୟତୀତ ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ସନ୍ତୋଷ ନାରାୟଣ ଦାସ ଏବଂ ତାପସ ସରଘରିଆ ପ୍ରମୁଖ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।


ଖ୍ବାଜା ଗରିବ୍ ନଓ୍ବାଜ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କାହାଣୀ ଅନୁଯାୟୀ ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ଅନେକ ସମୟରେ ବାବୁ ନାମକ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ। ଏମିତି କେତେଥର ଦେଖା ହେବା ପରେ ସୋନି ପ୍ରେମରେ ପଡ଼ିଯାଇଛି ସେହି ଯୁବକ। ତା’ପରେ ବାବୁର ବ୍ୟବସାୟରେ ଉନ୍ନତି ଘଟିଛି। ତାପରେ ଯୁବକ ବାବୁରୁ ବନିଯାଏ ବାବୁ ଭାଇଜାନ୍। ଏଥିରେ ସୋନି ଭୂମିକାରେ ଅଛନ୍ତି ଶିବାନୀ।

Image result for babu bhaijaan odia movie
ଏହାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ। ‘ବାବୁ ଭାଇଜାନ୍’ର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ । ତାପସ ସରଘରିଆ ଏହାର ନିର୍ଦେଶନା ଦେଇଛନ୍ତି। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏଥିରେ ଥିବା ଦୁଇଟି ଗୀତ ‘ତୁ ହେଇଯା ମୋ’ ପାଇଁ ଦିଲ୍ଲୀକି ଗଲି…’ ଏବଂ ‘ହମଦମ୍ ମେରେ...’ ଖୁବ୍ ଲୋକପ୍ରିୟ ହୋଇସାରିଛି।