ଭୁବନେଶ୍ବର: ରଜ ଉପଲକ୍ଷେ ଆଜି ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ସିନେମା ‘ଦିଲ୍ ମୋର ମାନେନା’। ଏହା ଏକ ଟିନ୍ ଏଜ୍ ଲଭଷ୍ଟୋରି ବୋଲି କୁହାଯାଉଛି। ଏଥିରେ ଓଲିଉଡର ଦୁଇ ୟଙ୍ଗ ଷ୍ଟାର୍ ସ୍ୱରାଜ ଓ ଶିବାନୀ ପ୍ରଥମ ଥରଲାଗି ଏକାଠି ଆସୁଛନ୍ତି। ସ୍ୱରାଜ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ସଲିଳ ମିତ୍ର, ଗୁଡୁ, ସରୋଜ ଦାସ, ଅମର, ଓ ଶ୍ରୀଧର ମାର୍ଥା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଏହାର ପ୍ରଯୋଜକ ହେଲେ ବାପୁନ କୁମା, ଶ୍ରୀଧର ମାର୍ଥା ଓ ଛବିତା ମାର୍ଥା। ହିମାଂଶୁ ପରିଜା(ଚଣ୍ଡୀ) ଏହି ସିନେମାର ନିର୍ଦ୍ଦେଶକ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।
ସୂଚନାଯୋଗ୍ୟ, ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ଜନ୍ମଦିନ ଅବସରରେ ଏହାର ପ୍ରଥମ ଅଫିସିଆଲ୍ ପୋଷ୍ଟର୍ ରିଲିଜ୍ ରିଲିଜ୍ ହୋଇଥିଲା। ଏହି ଅବସରରେ ଫିଲ୍ମର ନାୟକ ସ୍ବରାଜ ଓ ଶିବାନୀ ଏବଂ ବିତରକ ଉଦୟନାଥ ଝା ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ‘ଦିଲ୍ ମୋର ମାନେନା’ର ସମସ୍ତ ସୁଟିଂ ଶେଷ ହୋଇଥିଲା ଏବଂ ପୋଷ୍ଟ ପ୍ରଡକସନ୍ କାମ ବି ସରିଥିଲା। କିନ୍ତୁ କରୋନା ସଂକ୍ରମଣକୁ ମୁକାବିଲା କରିବା ଲାଗି ଦେଶରେ ତାଲାବନ୍ଦ ଘୋଷଣା କରାଯିବା ହେତୁ ‘ଦିଲ୍ ମୋର ମାନେନା’ ରିଲିଜ୍ ହୋଇ ପାରି ନଥିଲା ।
ଶିଶୁ କଳାକାରଭାବେ ସ୍ୱରାଜ ଓ ଶିବାନୀ ଆଗରୁ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ସହ କାମ କରିଥିଲେ ବି ନାୟକ-ନାୟିକାଭାବେ ପ୍ରଥମ ଥର ଲାଗି ଏହି ସିନେମାରେ ତାଙ୍କ ନିର୍ଦ୍ଦେଶନାରେ କାମ କରିବାର ସୁଯୋଗ ପାଇଛନ୍ତି।