ମୁମ୍ବାଇ:ଆଜି ହେଉଛି ବଲିଉଡ଼୍ର ହଟ୍ ହିରୋଇନ୍ ବିପାସା ବସୁଙ୍କ ବାର୍ଥ ଡେ। ୧୯୭୯ ମସିହା ଜାନୁଆରି ୭ ତାରିଖରେ ବିପାସାଙ୍କର ଜନ୍ମ ହୋଇଥିଲା। ସେ ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି।ଏଥିପାଇଁ ତାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଫିଲ୍ମରେ ମନପସନ୍ଦ ରୋଲ୍ ନ ମିଳିଲେ ସେ କାମ କରନ୍ତି ନାହିଁ, ଏକଥା ସମସ୍ତଙ୍କୁ ଜଣା ,ଅଥଚ ପବ୍ଲିସିଟିରେ ମାହିର ବିପାସା ।
କିଛି ଦିନ ତଳେ ବିପାସା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କୁ ଏକାଠି ମୁମ୍ବାଇର ଏକ ହସ୍ପିଟାଲ୍ରେ ଦେଖିବାକୁ ମିଳିଥିଲା।ସେହି ଫଟୋ ବି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।ସେତେବେଳେ ଜୋରସୋରରେ ଚର୍ଚ୍ଚା ହେଲା ଯେ,ବୋଧହୁଏ ବିପାସା ଗର୍ଭବତୀ ଓ ନିଜର ଚେକ୍ଅପ୍ ପାଇଁ ହସ୍ପିଟାଲକୁ ଆସିଥିଲେ। ହେଲେ ଏହାକୁ ବିପାସାଙ୍କର ମୁଖପାତ୍ର ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ କରଣଙ୍କ ଗଳାରେ ସଂକ୍ରମଣ ହୋଇଥିବା ଯୋଗୁଁ ପତି-ପତ୍ନୀ ଡ଼ାକ୍ତରଖାନାକୁ ଯାଇଥିଲେ।ଏହି ଘଟଣା ପାଇଁ କିନ୍ତୁ ବିପାସା ବେଶ୍ ଚର୍ଚ୍ଚାରେ ରହିଲେ।
ଠିକ୍ ସେହିପରି ଜନ୍ ଆବ୍ରାହମ୍ଙ୍କ ସହିତ ଆଫେଆର୍ ପାଇଁ ଅନେକ ବର୍ଷ ଧରି ଚର୍ଚ୍ଚତା ଥିଲେ ବଲିଉଡ଼୍ର ଏହି ବେଙ୍ଗଲି ବିଉଟି। ତା’ ପୂର୍ବରୁ ରାଜ୍ ଫେମ୍ ହିରୋ ଡ଼ିନୋ ମୋରେଆଙ୍କ ସହିତ ତାଙ୍କର ପ୍ରେମ ସଂପର୍କକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା।ସେ ଯେତେବେଳ କରଣ ସିଂହ ଗ୍ରୋଭରଙ୍କ ଭଳି ଜଣେ ଟେଲି ତାରକାଙ୍କ ସହ ଲିଭ ଇନ୍ ରେ ରହିଥିଲେ,ସେତେବେଳେ ସମସ୍ତେ ଆଚମ୍ବିତ ହୋଇଥିଲେ। ଖାଲି ସେତିକି ନୁହେଁ,ଯେତେବେଳେ କରଣଙ୍କୁ ସେ ବିବାହ କରିଥିଲେ,ସେତେବେଳେ କିଛି କମ୍ ଚର୍ଚ୍ଚାର ପାତ୍ର ହୋଇ ନ ଥିଲେ ବିପାସା, କାରଣ କରଣ ଆଗରୁ ଦୁଇ ଥର ବାହା ହୋଇ ଅସଫଳତାର ଶିକାର ହୋଇଥିଲେ।

ବାହାଘରର କିଛି ମାସ ପରେ ବିପାସା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଏକ କଣ୍ଡୋମ୍ ବିଜ୍ଞାପନରେ କାମ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ବିପାସା ବସୁଙ୍କୁ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି.ଦତ୍ତା ଲଞ୍ଚ୍ କରିବେ ବୋଲି ପ୍ରଥମେ ସ୍ଥିର ହୋଇଥିଲା, ହେଲେ ନିର୍ଦ୍ଦେଶକ ଯୋଡ଼ି ଅବ୍ବାସ୍-ମସ୍ତାନ୍ ତାଙ୍କୁ ବ୍ରେକ୍ ଦେଇଥିଲେ ‘ଅଜନବୀ’ରେ। ଏହା ବି ଚର୍ଚ୍ଚାର ବିଷୟ ହୋଇଥିଲା।ଠିକ୍ ସେହିପରି ଐଶ୍ୱର୍ଯ୍ୟା ରାୟଙ୍କୁ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ‘କର୍ପୋରେଟ୍’ରେ ରିପ୍ଲେସ୍ କରି ବି ଚର୍ଚ୍ଚିତା ହୋଇଥିଲେ ବିପାସା।