ଆଜି ଶୁଭମୁକ୍ତି : ‘ତୋ’ ପ୍ରେମରେ ପଡ଼ିଲାପରେ’

ଭୁବନେଶ୍ୱର: ଆଜି ଦୁଇଟି ଓଡ଼ିଆ ଛବି ପରଦାକୁ ଆସୁଛି ସେଥିମଧ୍ୟରୁ ଗୋଟିଏ ହେଲା‘ତୋ’ ପ୍ରେମରେ ପଡ଼ିଲାପରେ’ । ନବାଗତ ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ସରୋଜକାନ୍ତ। ସେ ଆଗରୁ ଅନ୍ୟ ଏକ ସିନେମା ‘ପ୍ରେମର ନିଶା ନିଆରା ନିଆରା’ର ନିର୍ଦ୍ଦେଶନା ଦେଇଥିଲେ। ‘ତୋ’ ପ୍ରେମରେ ପଡ଼ିଲାପରେ’ରେ ନବାଗତ ଦେବରାଜ ସାହୁ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ ଲିଡ ରୋଲରେ ଅଛନ୍ତି। ସିନେମାର କାହାଣୀକାର ହେଲେ ଡ଼ ପ୍ରସନ୍ନ ପାଟଶାଣୀ ଏବଂ ସଂଳାପକାର ହେଲେ ଡ଼ ରଜନୀରଞ୍ଜନ। ବୈଦ୍ୟନାଥ ଦାସ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର