ଆଜି ମୁକ୍ତିଲାଭ କରୁଛି ‘ମୁଁ ଗୋଟେ ଦୁଷ୍ଟପିଲା’

ଭୁବନେଶ୍ୱର : ଆଜି ମୁକ୍ତିଲାଭ କରୁଛି ଏକ ଓଡ଼ିଆ ଛବି ଯାହାର ଟାଇଟଲ୍‌ ହେଲା ‘ମୁଁ ଗୋଟେ ଦୁଷ୍ଟପିଲା’ । ଏହି ସିନେମାରେ ଅଶୋକ କୁମାର, ରାନୀ, ଦୁଷ୍ମନ୍ତ,ଝାନସୀ ,ଦେବୀ ବାରିକ ,ଅସିତ ପତି, ଥିନ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ଚିତ୍ରନାଟ୍ୟ –ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିଜେ ଅଶୋକ କୁମାର। ଏହାର ସଂଳାପ ବି ଲେଖିଛନ୍ତି ସେ। ମୋହିତ ଚକ୍ରବର୍ତ୍ତୀ ଏହାର ଗୀତିକାର ଏବଂ ବିଦ୍ୟାଧର ସଙ୍ଗୀତ ନିର୍ଦ୍ଦେଶକ।ସିନେମାର କଥାବସ୍ତୁ ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଏକ ପରିବାରର କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି।

ଏହି ସିନେମାର ଏକ ଗୀତ ବେଶ ଚର୍ଚ୍ଚାରେ ରହିଛି । ଏହା ଏକ ବର୍ଷା ଗୀତର ଦୃଶ୍ୟ । କାହାଣୀ ଅନୁଯାୟୀ ନାୟକ ରୋହିତ ନାୟିକା ପ୍ରିୟାର ଘରେ ଆସି ରହେ। ପ୍ରିୟା ଘଟଣାକ୍ରମେ ଭଲ ପାଇ ବସେ ରୋହିତକୁ । ହେଲେ ସେ ମୁହଁ ଖୋଲି କହି ପାରେନା । ସୁଯୋଗ ଖୋଜୁଥାଏ ପ୍ରିୟା କେମିତି ରୋହିତକୁ ନିଜ ପ୍ରେମ ଫାସରେ ପକାଇବ। ଦିନେ ପ୍ରିୟା ମନ୍ଦିରକ ୁ ଯାଏ । ସେ ସାଙ୍ଗରେ ରୋହିତକୁ ବି ନେଇଯାଏ। ମନ୍ଦିରୁ ଫେରିବା ବାଟରେ ହଠାତ୍‌ ବର୍ଷା ହୁଏ। ଏଇଟା ସୁବର୍ଣ୍ଣ ସୁଯୋଗ ବୋଲି ମନେ କରି ପ୍ରିୟା ରୋହିତକୁ ଜାବୁଡ଼ି ଧରେ । ତାପରେ ସେ ଦୁହେଁ ଉତ୍ତେଜିତ ହୋଇ ଉଠନ୍ତି । ଏହି ସମୟରେ ଉଭୟଙ୍କ ଉପରେ ରଖା ଯାଇଛିଏକ ବର୍ଷା ଗୀତ। ଏହି ଫିଲ୍ମରଏଥିରେ ପ୍ରିୟା ଭୂମିକାରେ ଝାନସୀ ଅଭିନୟ କରିଥିବା ବେଳେ ରୋହିତ ଚରିତ୍ରରେ ଅଛନ୍ତି ଅଭିନେତା ଦୁଷ୍ମନ୍ତ । ଏ ଦୁହିଁଙ୍କୁ ନେଇ ନିର୍ଦେଶକ ଅଶୋକ ମଲ୍ଲିକ ଏକ ବର୍ଷା ଗୀତର ଦୃଶ୍ୟାୟନ କରିଛନ୍ତି । ଗୀତଟି ହେଲା ‘ବରଷା ଲଗାଇଦେଲା ନିଆଁ…..’ । ଗୀତଦୃଶ୍ୟରେ ଝାନସୀଙ୍କ ଦେହରେ ରହିଛି ଲାଲ ରଙ୍ଗର ସ୍ଲିଭଲେସ୍‌ ବ୍ଲାଉଜ୍‌ ଏବଂ ଗୋଲାପି ରଙ୍ଗର ଶାଢ଼ୀ । ଅପର ପକ୍ଷରେ ଦୁଷ୍ମନ୍ତ ପିନ୍ଧିଥାନ୍ତି ଧଳା ପ୍ୟାଣ୍ଟ ସାର୍ଟ । ଏହି ଗୀତଟି ସିନେମାର ହାଇଲାଇଟ୍‌।

ସମ୍ବନ୍ଧିତ ଖବର