ଭୁବନେଶ୍ୱର:ଆଜି ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ହାପି ଲକି’ । ଏହା ଏ ବର୍ଷର ଦ୍ୱିତୀୟ ଓଡ଼ିଆ ସିନେମା । ଏଥିରେ ଓଲିଉଡର ଜଣେ ଜଣାଶୁଣା ନାୟକ ସମ୍ବିତ ଜଣେ ନୂଆ ପାର୍ଟନରଙ୍କ ସହ ପରଦାକୁ ଆସିବେ। ‘ହାପି ଲକି’ରେ ସମ୍ବିତ୍ ଯେଉଁ ନବାଗତାଙ୍କ ସହ ନଜର ଆସିବେ ସେ ହେଲେ ସସ୍ମିତା।‘ହାପି ଲକି’ର ଅନ୍ୟ ଏକ ଯୋଡି ହେଲେ ଜ୍ୟୋତି-ଏଲିନା। ଏହି ସମସ୍ତ କଳାକାରଙ୍କର ଏହା ଏ ବର୍ଷର ପ୍ରଥମ ସିନେମା। ଏହାର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।
/sambad/media/post_attachments/wp-content/uploads/2018/01/Jyoti_Elina-300x176.jpg)
ଏହି ସିନେମା ଜରିଆରେ ସେ ତରଙ୍ଗ ସିନେ ପ୍ରଡକସନସରେ ଏଣ୍ଟ୍ରି ନେଇଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ଏହି ସିନେମାରେ ବବି ମିଶ୍ର ବେଶ କିଛି ଦିନ ବ୍ୟବଧାନରେ ପୁଣି ପରଦାକୁ ଫେରିଛନ୍ତି।‘ହାପି ଲକି’ର ସଙ୍ଗୀତ କାର ହେଲେ ପ୍ରେମ ଆନନ୍ଦ।ଏହା ଏକ କମେଡି ବୋଲି କୁହାଯାଉଛି। ଏହା କେତେଦୂର ଦର୍ଶକଙ୍କୁ ଆକର୍ଷିତ କରୁଛି ତାହା ଦେଖିବା କଥା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Sambit_Sashmita-1.jpg)