ମୁମ୍ବାଇ: ଭାରତର ଘରେ ଘରେ ପରିଚିତ କମେଡିଆନ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଅନେକ ଦିନ ହେବ କଥାବାର୍ତ୍ତା ବନ୍ଦ ଅଛି। ଏହି ଝଗଡା କାରଣରୁ ସୁନୀଲ ଗ୍ରୋଭର କପିଲ ଙ୍କ ସୋ’ ମଧ୍ୟ ଛାଡି ଦେଇଥିଲେ । ସେହିପରି କପିଲଙ୍କ ସୋ କୁ ସହ-ପ୍ରଯୋଜନା କରୁଛନ୍ତି ଦବଙ୍ଗ ଖାନ ସଲମାନ । କିଛି ଦିନ ପୂର୍ବେ ଫିଲ୍ମ 'ଭାରତ'ରେ ସୁନୀଲ ଦବଙ୍ଗ ଖାନଙ୍କ ସହ ଅଭିନୟ କରିଥିଲେ । କପିଲ ଏବଂ ସୁନୀଲ ଦୁହେଁ ନିଜ କ୍ୟାରିଅରରେ ଆଗକୁ ବଢି ସାରିଛନ୍ତି ମାତ୍ର କେହି ନିଜ ଭିତରେ ଥିବା ଝଗଡାକୁ ଭୁଲିବାକୁ ଚାହୁଁନାହାନ୍ତି । ନିକଟରେ ସଲମାନଙ୍କ ଭାଇ ସୋହେଲଙ୍କ ବର୍ଥଡେ ପାର୍ଟିରେ କପିଲ ଏବଂ ସୁନୀଲଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ପାର୍ଟିରେ ପ୍ରଥମ ଥର ଦୁହିଁଙ୍କୁ ଝଗଡା ପରେ ଏକାଠି ଦେଖିବାକୁ ମିଳିଥିଲା । କପିଲ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଦୁହେଁ ଏକାଠି ସଲମାନଙ୍କ ସହ ନଜର ଆସିଛନ୍ତି ।
ସୋହେଲ ଖାନଙ୍କ ଜନ୍ମଦିନରେ କପିଲ, ସୁନୀଲଙ୍କ ବ୍ୟତୀତ ସୁଗନ୍ଧା ମିଶ୍ରା, ଅରବାଜ ଖାନ, ସୁନୀଲ ସେଟ୍ଟୀ, ନେହା ଧୁପିଆ ପ୍ରମୁଖ ଯୋଗ ଦେଇଥିଲେ | ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ସୁନୀଲ ଗ୍ରୋଭର ନିଜର ଲୋକପ୍ରିୟ ଚରିତ୍ର ଡ. ମଶହୂର ଗୁଲାଟି ଗେଟଅପ ପାଇଁ ପ୍ରସ୍ତୁତି ଚଲାଉଥିବାର ଦେଖିବାକୁ ମିଳିଥିଲା | ସୁନୀଲ ଗ୍ରୋଭର ନିଜର ଇନ୍ସଟାଗ୍ରାମରେ ଏଭଳି କିଛି ଫଟୋ ପୋଷ୍ଟ କରିଥିଲେ | ଚର୍ଚ୍ଚା ହେଉଛି ଯେ କପିଲ ଶର୍ମା ସୋ ରେ ଖୁବ ଶୀଘ୍ର ଡାକ୍ତର ମଶହୂର ଗୁଲାଟିଙ୍କୁ ଦେଖିବାକୁ ମିଳିପାରେ |
ଏଠାରେ ସୂଚନା ଥାଉ କି ସୁନୀଲ ଗ୍ରୋଭର ୨୦୧୭ ମସିହାରେ ଶେଷ ଥର ପାଇଁ କପିଲଙ୍କ ସୋ ରେ ନଜର ଆସିଥିଲେ | ଏହା ପରେ କିନ୍ତୁ ଆଉ ତାଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିନଥିଲା | କପିଲଙ୍କ ସହ ମତାନ୍ତର ପରେ ସୁନୀଲ କପିଲ ଶର୍ମା ସୋକୁ ଛାଡିଦେଇଥିଲେ | କିଛି ଦିନ ତଳେ ବିଗ ବସ ୧୩ରେ ନିଜର ଗୁଥି ଚରିତ୍ରରେ ନଜର ଆସିଥିଲେ | କୁହାଯାଉଛି ସଲମାନଙ୍କ ସହ ଭଲ ସମ୍ପର୍କ ଥିବାରୁ ପୁଣି ଥରେ ସୁନୀଲ ଗ୍ରୋଭର ଏହି ସୋକୁ କମବ୍ୟାକ କରିପାରନ୍ତି |