ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ସମାଜ ସେବାରୁ ସମ୍ମାନ ମିଳିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜରୁରୀ କାମ ପୂରା ହୋଇପାରେ। କୌଣସି ବ୍ୟକ୍ତିଙ୍କ ସହିତ ମନ ମିଶିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ।
ମିଥୁନ: ନିଜ ବୃତ୍ତିିରେ ସଫଳତା ମିଳିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହ ପ୍ରସ୍ତାବ ମିଳିବାର ଯୋଗ ରହିଛି।
କର୍କଟ: ଆପଣଙ୍କ ଭାବନା ରଚନାତ୍ମକ ରହିବ। ଭଲ କାମ ପାଇଁ କାର୍ଯ୍ୟାଳୟରେ ପ୍ରଶଂସିତ ହେବେ। ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ରହିବେ। ବନ୍ଧୁଙ୍କ ସହିତ ସଂପର୍କରେ ସୁଧାର ଆସିବ।
ସି˚ହ: କୌଣସି ମହତ୍ କାର୍ଯ୍ୟରେ ସଫଳତା ମିଳିପାରେ। ସାହିତ୍ୟରେ ରୁଚି ଥିବା ବ୍ୟକ୍ତି ନୂଆ କିଛି ରଚନା କରିବେ। ବ୍ୟବସାୟୀଙ୍କୁ ଲାଭ ମିଳିବ।
କନ୍ୟା: କିଛି ନୂଆ ଯୋଜନା କରିପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି।
ତୁଳା: ନିଜ କାର୍ଯ୍ୟାଳୟରେ ଅନ୍ୟ ସହିତ ତର୍କ ହେବାର ସମ୍ଭାବନା ରହିଛି। ବାହାରକୁ ଯାଉଥିଲେ ସାବଧାନତାର ସହ ବାହନ ଚଳାନ୍ତୁ।
ବିଛା: ଯୋଜନା ଅନୁସାରେ ଫଳ ମିଳିବ। ନୂଆ କିଛି କରିବାକୁ ଆଗ୍ରହୀ େହବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ।
ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି ସଂସ୍ଥାରେ ନିଯୁକ୍ତି ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାରିବାରିକ ଅଶାନ୍ତି କମିବ।
ମକର: ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ନିଯୁକ୍ତି ପାଇଁ ଆପଣଙ୍କ ପ୍ରୟାସ ସଫଳ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ।
କୁମ୍ଭ: କାମରେ ସକରାତ୍ମକ ଫଳ ମିଳିବ। ସମାଜରେ ମାନ ସମ୍ମାନ ପାଇବେ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ।
ମୀନ: ପରିବାର ଲୋକଙ୍କ ସହ ଦିନଟି ଖୁସିରେ କଟିବ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ।