ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯାହା ବି କାମ ଆରମ୍ଭ କରିବେ ଅଳ୍ପ ସମୟରେ ସ˚ପୂର୍ଣ୍ଣ କରିନେବେ। ନୂଆ ଚୁକ୍ତିପତ୍ରରେ ଲାଭ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

 

ବୃଷ: କୌଣସି କାମରେ ଅଧିକ ସମୟ ଲାଗିପାରେ। ଅଫିସରେ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ପାରିବାରିକ ଦାୟିତ୍ବ ଆପଣଙ୍କୁ ମିଳିପାରେ।

 

 

ମିଥୁନ: ଚାକିରି ସମ୍ବନ୍ଧୀୟ ଖୁସି ଖବର ପାଇବେ। ସମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଅଚାନକ ଧନଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ।

 

କର୍କଟ: ଆପଣଙ୍କ କାନ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଅର୍ଡର୍ ସପ୍ଲାଇ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

 

ସି˚ହ: ବାଦବିବାଦ ଓ ତର୍କବିତର୍କ ଠାରୁ ଦୂରରେ ରହି ନିଜ କାମରେ ମନୋଯୋଗ ଦିଅନ୍ତୁ, ଉନ୍ନତି କରିବେ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ।

 

 

କନ୍ୟା: ଆପଣଙ୍କର ସବୁ କାମ ସୀମିତ ସମୟରେ ପୂରା ହେବ। କାରବାରରେ ନୂଆ ଚୁକ୍ତି କରିବେ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ।

 

ତୁଳା: ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ। ନୂଆ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

 

 

ବିଛା: ପରିଜନଙ୍କ ସହିତ ଘନିଷ୍ଠ ସମ୍ବନ୍ଧ ସ୍ଥାପିତ ହେବ। ଉନ୍ନତି ପାଇଁ ନୂଆ ଅବସର ମିଳିବ। କବି କୌଣସି ନୂଆ କବିତା ରଚନା କରିବେ।

 

ଧନୁ: କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହେବ। ରଜନୀତିରେ ଲାଭ ମିଳିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ଅନୁଭବ କରିବେ।

 

ମକର: ଆପଣଙ୍କ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଲାଗି ଭଲ ଦିନଟିଏ। ସ୍ଥଗିତ ଥିବା କାମ ସହଜରେ ସ˚ପୂର୍ଣ୍ଣ ହେବ। ନୂଆ କାରବାରରେ ପୁଞ୍ଜି ବିନିଯୋଗ କରିପାରନ୍ତି।

 

 

କୁମ୍ଭ: ଆଶା ପୂରଣ ହେବାର ଯୋଗ ରହିଛି। ଲୋକଙ୍କ ବିଶ୍ବାସ ଆପଣଙ୍କର ଉପରେ ରହିବ। ବ୍ୟବସାୟିକ ଯାତ୍ରା ଫଳପ୍ରଦ ହେବ।

 

ମୀନ: ବେପାର ବୃତ୍ତିରେ ଆଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସମ୍ବନ୍ଧିତ ଖବର