ଭୁବନେଶ୍ବର:  ୨୦୨୨ର ପୂଜା ବଜାରରେ ଓଲିଉଡର ଅଧିକାଂଶ ଲୋକପ୍ରିୟ ନାୟିକାଙ୍କୁ ବଡ଼ ପରଦା ଉପରେ ଦେଖିବାକୁ ମିଳିବନାହିଁ। ଏଥିପାଇଁ ସେହି ନାୟିକାମାନଙ୍କ ଫ୍ୟାନମା‌ନେ ନିରାଶ ହେବେ ଏଥର।
ଏବର୍ଷର ପୂଜା ବଜାରରେ ଦର୍ଶକ ସେମାନଙ୍କର ଅନ୍ୟତମ ପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କୁ କୌଣସି ସିନେମାରେ ଦେଖିବାକୁ ପାଇବେ ନାହିଁ। ଠିକ୍ ସେହିପରି ଓଡ଼ିଆ ସିନେଜଗତର ଦୁଇ ଟପ୍ ନାୟିକା ଅର୍ଚ୍ଚିତା ଏବଂ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ନାହିଁ।

Advertisment

publive-image

ଏହା ଅବଶ୍ୟ ଭିନ୍ନ କଥା ଯେ ଅର୍ଚ୍ଚିତାଙ୍କ ଅଭିନୀତ ଏକ ଓଡ଼ିଆ ଟେଲି ସିନେମା ‘ମହିଷାସୁର’ ଟେଲିଭିଜନରେ ପ୍ରମିଅର୍ ହେବ। ତରଙ୍ଗ ସିନେ ପ୍ରଡକସନର ଏହି ନୂଆ ଓଡ଼ିଆ ଛବିରେ ଅର୍ଚ୍ଚିତାଙ୍କ ଛଡ଼ା ରାଜା ଡି ଓ ବବି ମିଶ୍ରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ମହିଷାସୁର’ର ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ।

publive-image
ଠିକ୍ ସେହିପରି ଓଡିଆ ସିନେଜଗତର ଚୁଲୁବୁଲି ନାୟିକା ଭୂମିକା, ଶିବାନୀ ଓ ସନମୀରାଙ୍କର କୌଣସି ଫିଲ୍ମ ରିଲିଜ୍ ହେଉନାହିଁ। ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟିକା ତମନ୍ନା ବି ଏଥର ପୂଜାବଜାରର କୌଣସି ସିନେମାରେ ଆସୁନାହାନ୍ତି।ଖାଲି ସେତିକି ନୁହେଁ ହାତରେ ଅନେକ ସିନେମା ଥାଇ ବି ନାୟିକା ରୀୟା ଦେଙ୍କର ବି କୌଣସି ଓଡ଼ିଆ ଛବି ଏଥର ପୂଜାରେ ରିଲିଜ୍ ହେଉ ନାହିଁ। ତେଣେ ଏଲିନା, ଶୀତଲ, ପୁନମ୍ ମିଶ୍ର ଓ ଲିପ୍ସାଙ୍କର ଅବସ୍ଥା ବି ସମାନ। ଠିକ୍ ସେହିପରି ପ୍ରିୟା, ପ୍ରକୃତି, ଅନୁଭା ଓ ପିଙ୍କି ପ୍ରିୟଦର୍ଶିନୀଙ୍କ ଭଳି ନାୟିକାଙ୍କୁ ବି ଦେଖିବାକୁ ମିଳିବ ନାହିଁ।