୨୪ଘଣ୍ଟାରେ ‘ପଠାନ’ ଟ୍ରେଲରକୁ କେତେ ଭ୍ୟୁ ମିଳିଛି ଜାଣନ୍ତୁ

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲର ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଠାନ’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସମେତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମଙ୍କ ଭୂମିକାକୁ ଦର୍ଶକ ଟ୍ରେଲରରେ ବହୁତ ପସନ୍ଦ କରିଛନ୍ତି।

୨ ମିନିଟ ୩୪ ସେକେଣ୍ଡର ‘ପଠାନ’ ଟ୍ରେଲରରେ ଅନେକ ଆକ୍ସନ୍ ଏବଂ ଡ୍ରାମା ଦେଖିବାକୁ ମିଳୁଛି । ପ୍ରଶଂସକମାନେ ଶାହରୁଖଙ୍କ ଫିଲ୍ମର ଟ୍ରେଲରକୁ ବହୁ  ପସନ୍ଦ କରିବା ସହିତ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଛି। କେବଳ ଏତିକି ନୁହେଁ, ‘ପଠାନ’ର ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ପରେ ୟୁଟ୍ୟୁବରେ ଏହାକୁ କୋଟି କୋଟି ଦର୍ଶକ ଦେଖିଥିଲେ।

Shah Rukh Khan, Deepika Padukone & John Abraham's Pathan's trailer to release on January 10: ...

ୟଶରାଜ ଫିଲ୍ମ ଜାନୁଆରି ୧୦ ତାରିଖ ମଙ୍ଗଳବାର ଦିନ ୧୧ଟା ସମୟରେ ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରୁ ‘ପଠାନ’ର ଟ୍ରେଲର ମୁକ୍ତିଲାଭ କରିଥିଲା। ଏହା ରିଲିଜ୍ ହେବା ମାତ୍ରେ ଚର୍ଚ୍ଚାରେ ରହିଥିଲା।  ବାସ୍ତବରେ ଦେଖିବାକୁ ଗଲେ ‘ପଠାନ’ର ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ପରେ ୟୁଟ୍ୟୁବରେ ୨୪ମିଲିୟନରୁ ଅଧିକ ଭ୍ୟୁ ପାଇଥିଲା ବେଳେ ଟ୍ରେଲରକୁ ୧.୭ ମିଲିୟନ୍ ଲାଇକ୍ ମିଳିଛି।

ପ୍ରାୟ ୪ ବର୍ଷ ପରେ ଶାହରୁଖ ଖାନ ‘ପଠାନ’ ସହିତ ବଡ ପରଦାକୁ ଫେରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମଟି ଜାନୁଆରି ୨୫ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର