‘ବାଦଶାହୋ’ ସୁପରହିଟ୍ ହେବାପରେ ଅଜୟ ଦେବଗନଙ୍କ ପ୍ରଶଂସକମାନେ ତାଙ୍କ ଅଭିନୀତ ‘ଗୋଲମାଲ୍ ଏଗେନ୍’ର ରିଲିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏବେ ନିଜେ ସୁପରଷ୍ଟାର୍ ଅଜୟ ଦେବଗନ ତାଙ୍କର ଟ୍ଵିଟର ଜରିଆରେ ସିନେମାର ପ୍ରଥମ ପୋଷ୍ଟର୍ ପ୍ରଦର୍ଶିତ କରିଛନ୍ତି। ଖାଲି ସେତିକିନୁହେଁ ‘ଗୋଲମାଲ୍ ଏଗେନ୍’ ଦୀଓ୍ଵାଲିରେ ରିଲିଜ୍ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏହି ସିନେମାର ଟ୍ରେଲର୍ ରିଲିଜ୍ ହେବାର ମାତ୍ର ୧୨ ଘଣ୍ଟା ଭିତରେ ପ୍ରାୟ ୧୫ ମିଲିଅନ୍ ଲୋକେ ଦେଖିସାରିଲେଣି।
ଏହା ସହିତ‘ଗୋଲମାଲ୍ ଏଗେନ୍’ର ଟାଇଟଲ୍ ଟ୍ରାକ୍ ମଧ୍ୟ ରିଲିଜ୍ ହୋଇଛି ଯାହାକୁ ବି ଖୁବ୍ ପ୍ରଶଂସା ମିଳୁଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମର ଟ୍ରେଲର୍ ସୁପରହିଟ୍ ହୋଇଛି। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି କମେଡି ଫିଲ୍ମରେ ପ୍ରଥମ ଥରଲାଗି ଅଜୟ ଦେବଗନଙ୍କ ବିପକ୍ଷରେ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହାଛଡ଼ା ଏହି ସିନେମାରେତୁଷାର କପୁର୍, ତବୁ ,ଶ୍ରେୟସ୍ ତଲପଡ଼େ,କୁନାଲ ଖେମୁଏବଂ ଅରସାଦ୍ ଓ୍ଵାରସୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/golmaal-trailer-ajay-devgn-team-ready-laughter-riot-0001.jpg)