ରିଲିଜ୍‌ ହେଲା ସୈଫ ଅଲ୍ଲୀ ଖାନ୍‌ଙ୍କ ‘କାଲାକାଣ୍ଡି’ର ଟ୍ରେଲର

ନୂଆଦିଲ୍ଲୀ: ବି-ଟାଉନର ଛୋଟେନଓ୍ଵାବ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କାଲାକାଣ୍ଡି’ର ଟ୍ରେଲର ରିଲିଜ ହୋଇଛି। କିଛି ଦିନ ପୂର୍ବରୁ ଏହାର ପ୍ରଥମ ପୋଷ୍ଟର ଏବଂ ଟିଜର ରିଲିଜ ହୋଇଥିଲା । ଟ୍ରେଲରରେ ସୈଫ୍‌ କମେଡ଼ି ଚରିତ୍ରରେ ନଜର ଆସିଛନ୍ତି । ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନୟ କରିଛନ୍ତି ଅକ୍ଷୟ ଓବରଏ,ଦୀପକ ଡ଼ୋବ୍ରିୟାଲ, କୁନାଲ ରଏ କପୁର, ବିଜୟ ରାଜ, ଶୋଭିତ ଧୁଲିପାଲା ଏବଂ ଇଶା ତଲଓ୍ଵାର ।

ସୈଫଙ୍କ ଭିନ୍ନ ଅଭିନୟ ସହ ଦୀପକ ଡ଼ୋବ୍ରିୟାଲ ଏବଂ ବିଜୟ ରାଜଙ୍କ ଭିନ୍ନ ଅଭିନୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା କରୁଛୁ । ଚଳଚ୍ଚିତ୍ରରେ ବହୁତ ଚରିତ୍ର ରହିଥିବା ବେଳେ ସମସ୍ତ ଚରିତ୍ରର ଭିନ୍ନ ମହତ୍ତ୍ୱ ରହିଛି ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅକ୍ଷତ ବର୍ମା। ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଜାନୁୟାରି ୧୨ରେ ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର