ରିଲିଜ ହେଲା ସେକ୍ରେଡ ଗେମ୍ସ ୨ର ଟ୍ରେଲର

ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେକ୍ରେଡ ଗେମ୍ସ ୨ର ରିଲିଜ ଡେଟ ଘୋଷଣା ହୋଇଛି | ନେଟଫ୍ଲିକ୍ସର ବହୁ ପ୍ରତିକ୍ଷିତ ୱେବସିରିଜ ସେକ୍ରେଡ ଗେମ୍ସ ୨ର ଟ୍ରେଲର ରିଲିଜ ହୋଇଯାଇଛି | ଏହି ଏପିସୋଡ଼ରେ ମୁଖ୍ୟ ଭୂମିକାରେ ସୈଫ ଅଲ୍ଲୀ ଖାନଙ୍କ ସହ ନବାଜୁଦ୍ଦିନ ସିଦିକିଙ୍କୁ ଦେଖିବାକୁ ମିଳିଛି | ଅଗଷ୍ଟ ୧୫ରେ ନେଟଫ୍ଲିକ୍ସ ମାଧ୍ୟମରେ ଆପଣ ଏହାକୁ ଦେଖିପାରିବେ | ଏକ ନୂଆ ଅବତାରରେ ନବାଜୁଦ୍ଦିନଙ୍କୁ ଦେଖିବାକୁ ମିଳିବ |

NDTV.com

ସେକ୍ରେଡ ଗେମ୍ସ ୨ରେ ନୂଆ କଳାକାର ଭାବେ ଅଭିନେତା ରଣବୀର ସୋରି ଓ କଳ୍କୀ କୋଚ୍ଲିନଙ୍କୁ ସାମିଲ କରାଯାଇପାରେ | ଏହି ନୂଆ ଏପିସୋଡରେ ପଙ୍କଜ ତ୍ରିପାଠୀ ଯାହାଙ୍କୁ ଗୁରୁଜୀ ଭୂମିକାରେ ଦେଖିବାକୁ ମିଳିଥିଲା, ଏଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ | ପୂର୍ବରୁ ଏହି ସେକ୍ରେଡ ଗେମ୍ସ ୨ ଜୁନ ମାସରେ ରିଲିଜ ହେବାର ଥିଲା |

କିନ୍ତୁ କିଛି କାରଣକୁ ନେଇ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା | ବର୍ତ୍ତମାନ ସୈଫ ନିଜ ଫିଲ୍ମ ‘ଜଵାନୀ ଜାନେମନ’କୁ ନେଇ ବ୍ୟସ୍ତ ଥିବାବେଳେ ନବାଜୁଦ୍ଦିନ ‘ଚୁଡିୟା’ ଫିଲ୍ମରେ ବ୍ୟସ୍ତ ଅଛନ୍ତି | ଏଠାରେ ସୂଚନା ଥାଉ କି ନବାଜୁଦ୍ଦିନଙ୍କ ଗଣେଶ ଗାୟତୋଣ୍ଡେ ଚରିତ୍ର ବହୁ ଲୋକପ୍ରିୟ ହୋଇଥିଲା |

ସମ୍ବନ୍ଧିତ ଖବର