ମୁମ୍ବାଇ: ୧୯୯୪ ମସିହାରେ ଭାରତ ସୁନ୍ଦରୀ ହୋଇଥିବା ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଯେ ଅନେକଙ୍କ ପ୍ରିୟ ନାୟିକା ଏଥିରେ ଦ୍ବିମତ ନାହିଁ। ସେ ତାଙ୍କ ପୋଷାକ ପରିଧାନ ଶୈଳୀକୁ ନେଇ ସଦା ଚର୍ଚ୍ଚାରେ ରହିଥାନ୍ତି। ସୁସ୍ମିତାଙ୍କ ଷ୍ଟାଇଲିସ୍ ପୋଷାକ ପାଇଁ ତାଙ୍କୁ ଅନେକ ପସନ୍ଦ କରନ୍ତି। ମାତ୍ର ସେ ଯେ ‘ମିସ୍ ଇଣ୍ଡିଆ’ ହେବା ବେଳେ ଯେଉଁ ପୋଷାକ ପିନ୍ଧିଥିଲେ ତାହାର କପଡ଼ା ଦିଲ୍ଲୀର ସରୋଜିନୀ ନଗରରୁ କିଣା ଯାଇଥିବା ଓ ତାକୁ ଜଣେ ସାଧାରଣ ସ୍ଥାନୀୟ ଟେଲର୍ ସିଲାଇ କରିଥିବା ଏକଥା ଆପଣ ବିଶ୍ବାସ କରି ପାରୁଛନ୍ତି?
ଆଜ୍ଞା ହଁ, ସୁସ୍ମିତା ସେ ସମୟରେ ଏକ ମଧ୍ୟମ ବର୍ଗର ପରିବାରରୁ ଆସିଥିଲେ। ଫାଇନାଲ୍ ରାଉଣ୍ଡ୍ ପାଇଁ ଡିଜାଇନର୍ ପୋଷାକ ପିନ୍ଧିବାକୁ ତାଙ୍କ ପାଖରେ ସାମର୍ଥ୍ୟ ନଥିଲା।
ନିକଟରେ ସୁସ୍ମିତା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରି ତାଙ୍କର ଏହି କଥାକୁ ଖୁଲାସା କରିଛନ୍ତି। ଫାଇନାଲ୍ରେ ପିନ୍ଧିଥିବା କପଡ଼ାକୁ ସୁସ୍ମିତାଙ୍କ ମାଆ ଦିଲ୍ଲୀର ସରୋଜିନୀ ନଗରରୁ ଆଣିଥଲେ ଓ ତାହାକୁ ଜଣେ ସ୍ଥାନୀୟ ଟେଲର୍ ସିଲେଇ ଥିଲେ ବୋଲି ସୁସ୍ମିତା ନିଜ ମୁହଁରେ ସ୍ବୀକାର କରିଛନ୍ତି। ସେ ଆହୁରି ବି କହିଛନ୍ତି କି ଟେଲର୍ରେ କପଡ଼ା ଦେବା ବେଳେ ସୁସ୍ମିତାଙ୍କ ମାଆ ସେହି ଟେଲର୍କୁ କହିଥିଲେ କି ଟିଭିର ଆସିବାର ଅଛି ତ ଟିକେ ଭଲ ବନାଇବ।