ଆୟୂଶୀ ଫିଲ୍ମ ପ୍ରଡକ୍ସନର ନୂଆ ସିନେମା ‘ଓଏ ଅଞ୍ଜଳି’ ବିଭିନ୍ନ ସୋପାନର କାମ ସାରି ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସ୍ବରାଜ, ଶ୍ରେୟାନ ଓ ମାନବୀ ପଟେଲଙ୍କ ସହିତ ଯୋଗେଶ ଜୋଜୋଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ତ୍ରିକୋଣୀୟ ପ୍ରେମକାହାଣୀ ଉପରେ ପର୍ଯ୍ୟବସିତ ବୋଲି ଜଣାପଡୁଛି।ରେ ଅଭିନେତା ସ୍ବରାଜ ଦ୍ବୈତ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ରମାଶଙ୍କର ମଧ୍ୟ ସ୍ବରାଜଙ୍କ ଏଇ ଦ୍ବୈତ ଭୂମିକାକୁ ଉପଯୁକ୍ତ ଭାବେ ଉପସ୍ଥାପିତ କରିବାକୁ ଯାଇ ଯଥେଷ୍ଟ ପ୍ରୟାସ ଓ ପ୍ରଚେଷ୍ଟା କରିଛନ୍ତି। ସ୍ବରାଜ ଆଗରୁ କେବଳ ରୋମାଣ୍ଟିକ୍ ହିରୋ ଭାବେ ଯୁବଦର୍ଶକଙ୍କ ନଜରକୁ ଆସିଥିଲେ। ହେଲେ ସ୍ବରାଜଙ୍କ ଭିତରେ ଥିବା ଅନ୍ତର୍ନିହିତ ଦକ୍ଷତାକୁ ପରିପ୍ରକାଶ କରିବାରେ ନିର୍ଦ୍ଦେଶକ ରମାଶଙ୍କର ଉଦ୍ୟମ କରିଛନ୍ତି। ଚଳଚ୍ଚିତ୍ରରେ ଥିବା ସଂଳାପ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

Advertisment

ଏଥିରେ ଥିବା ଗୀତଗୁଡ଼ିକ ମଧ୍ୟ ଭିନ୍ନସ୍ବାଦର ହୋଇଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ପ୍ରେମ୍ ଆନନ୍ଦ। ଦୃଶ୍ୟାୟନ ଉତ୍ତରାଖଣ୍ଡର ଆକର୍ଷଣୀୟ ଲୋକେସନ୍‌ରେ ସୁଟ୍ ହେଇଛି। ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ର ପ୍ରଯୋଜନା କରିଛନ୍ତି ସୁମନ ବର୍ମା।