ବାଫ୍‌ଟାରେ ଋଷି ଓ ଇରଫାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

୭୪ତମ ବ୍ରିଟିସ୍ ଏକାଡେମି ଅଫ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଆର୍ଟ୍ସ(ବାଫ୍‌ଟା) ପୁରସ୍କାର ଉତ୍ସବରେ ଭାରତର ଦୁଇ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ୍ ଖାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହା ସହିତ ପ୍ରିନ୍ସ ଫିଲିପ୍‌ଙ୍କ ସ୍ମୃତିଚାରଣ କରାଯାଇଛି। ଏହି ପୁରସ୍କାର ଉତ୍ସବରେ ହଲିଉଡ୍‌ର ‘ନୋମ୍ୟାଡ୍‌ଲ୍ୟାଣ୍ଡ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ହାତେଇଛି। ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ‘ଦ ହ୍ବାଇଟ୍ ଟାଇଗର୍’ ଚଳଚ୍ଚିତ୍ର ୩ଟି ବର୍ଗରେ ପୁରସ୍କାର ପାଇଁ ଚୟନ ହୋଇଥିବା ବେଳେ ଗୋଟିଏ ବି ଜିତିବାକୁ ସକ୍ଷମ ହୋଇନାହିଁ। ଦୁଇଦିନ ଧରି ଆୟୋଜିତ ଏହି ସିନେ ପୁରସ୍କାର ଉତ୍ସବରେ ପ୍ରିୟଙ୍କା ଉପସ୍ଥାପିକା ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର