ନୂଆଦିଲ୍ଲୀ: ପୋନିୟିନ୍ ସେଲଭାନ୍ ଫିଲ୍ମର ପ୍ରମୋସନ୍ ପାଇଁ ଏକାଧିକ ସହରକୁ ବାହାରିଛି ଏହି ସିନେମାର ଟିମ୍ । ଆଜି ଦିଲ୍ଲୀ ବିମାନବନ୍ଦରରେ ଅଭିନେତ୍ରୀ ତ୍ରିଶା, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ଜୟମ ରବି ଏବଂ କାର୍ତ୍ତିଙ୍କୁ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଏକ ପ୍ରି-ରିଲିଜ୍ ଇଭେଣ୍ଟରେ ଏହି ଟିମ୍ ପୋନିୟିନ୍ ସେଲଭାନକୁ ପ୍ରମୋଟ୍ କରିବ । ନିର୍ଦ୍ଦେଶକ ମଣି ରତ୍ନମଙ୍କ ପୋନିୟିନ୍ ସେଲଭାନ୍ ଏକ ପିରିୟଡ୍ ଆକ୍ସନ୍ ଡ୍ରାମା, ଯାହା ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ହୋଇଛି ।

Advertisment

ଆର. ପାର୍ଥିବାନ୍ ସୋସିଆଲ ମିଡିଆରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ସାରଥ କୁମାରଙ୍କ ଫୋଟୋ ଥିବା ଏକ ବିଟିଏସ୍ (ପରଦା ପଛରେ) ସେୟାର କରିଥିଲେ | ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଆଜି ଐଶ୍ବର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, ଜୟମ ରବି ଏବଂ କାର୍ତ୍ତିଙ୍କୁ ନୂଆଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଗ୍ରାଣ୍ଡ୍ ରିଲିଜ୍ ପୂର୍ବରୁ ଦର୍ଶକ ସିନେମାର ପୁରା ଟିମକୁ ଏକା ସହ ଦେଖି ଖୁବ ଉତ୍ସାହିତ ଥିବାର ଦେଖାଯାଇଛି ।

ପୋନିୟିନ୍ ସେଲଭାନ୍ ଏକ ପିରିୟଡ୍ ଫିଲ୍ମ, ମଣି ରତ୍ନାମଙ୍କ ନିର୍ଦ୍ଦେଶିତ, ବି. ଜିଆମୋହନ ଏବଂ ଏଲାଙ୍ଗୋ କୁମାରାଭେଲଙ୍କ ସହ-ଲିଖିତ । ପ୍ରଥମ ଭାଗ ରିଲିଜ୍ ହେବାର ଛଅରୁ ନଅ ମାସ ମଧ୍ୟରେ ଫିଲ୍ମର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିବ । ମୁଖ୍ୟ ଭୂମିକାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, ଚିଆନ ବିକ୍ରମ, ଜୟମ ରବି ଏବଂ କାର୍ତ୍ତି ନଜର ଆସିବେ। ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଆର୍ ରହମାନ୍ ସଂଗୀତ ରଚନା କରିଛନ୍ତି।