ବାପାଙ୍କ ସହ ସଂପର୍କ ତିକ୍ତ ହୋଇଛି କି ବୋଲି ପ୍ରଶ୍ନ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ତ୍ରିଶଲା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ଝିଅ ତ୍ରିଶଲାଙ୍କ ସହ ସଞ୍ଜୟଙ୍କ ସଂପର୍କ କିଭଳି, ସେ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ବିଗତ କିଛି ଦିନ ମଧ୍ୟରେ ତ୍ରିଶଲା ନିଜ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ସାନ୍ତ୍ୱନା ଦେବା ପାଇଁ ସଞ୍ଜୟ ତାଙ୍କ ପାଖକୁ ଯାଇ ନଥିଲେ । ଯାହା ପରେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମା’ଙ୍କ ମୃତ୍ୟୁ ପରେ ନିଜ ଅଜା-ଆଈଙ୍କ ପାଖରେ ତ୍ରିଶଲା ରହି ଆସୁଛନ୍ତି ।

indiatoday.in

ଏ ମଧ୍ୟରେ ନିଜ ବାପାଙ୍କ ସହ ତାଙ୍କ ସଂପର୍କ ଠିକ୍‌ ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି ତ୍ରିଶଲା । ଇନ୍‌ଷ୍ଟାରେ ତ୍ରିଶଲାଙ୍କ ପ୍ରଶଂସକ ତାଙ୍କୁ ନିଜ ବାପା ସଞ୍ଜୟ ଦତ୍ତଙ୍କ ସହ ସଂପର୍କ ତିକ୍ତ ହୋଇଛି କି ନାହିଁ ପଚାରିବା ପରେ ସେ କହିଛନ୍ତି, ଯାହାବି କିଛି ଆପଣ ଦେଖୁଛନ୍ତି ବା ପଢ଼ୁଛନ୍ତି, ସେ ସବୁ ଉପରେ ବିଶ୍ୱାସ କରନ୍ତୁ ନାହିଁ । ମୁଁ ଜାଣି ନାହିଁ, କେଉଁଠାରୁ ଏଭଳି ଖବର ଆସୁଛି । କିନ୍ତୁ ତାହା ସତ ନୁହେଁ ।

ସମ୍ବନ୍ଧିତ ଖବର