ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଲା ଦତ୍ତ ସର୍ଜରୀ ମାଧ୍ୟମରେ ଓଜନ କମାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ଷ୍ଟ୍ରେଚ ମାର୍କକୁ ଚିତ୍ର କରୁଥିବା ଏକ ଖୁସିର ଫଟୋ ସେୟାର କରିଛନ୍ତି। ତାଙ୍କର ସମ୍ପ୍ରତି ପୋଷ୍ଟରେ ସେ ନିଜ ଫିଟନେସ୍ ଯାତ୍ରା ସମୟରେ କିପରି ଚ୍ୟାଲେଞ୍ଜଗୁଡିକୁ ଅତିକ୍ରମ କରିଥିଲେ ସେ ବିଷୟରେ ଆଲୋଚନା କରିଛନ୍ତି। ବୃତ୍ତିରେ ସାଇକୋଥେରାପିଷ୍ଟ ଥିବା ତ୍ରିଶାଲା କହିଛନ୍ତି, ସେ ତାଙ୍କ ଜୀବନରେ ଥିବା ଶୂନ୍ୟସ୍ଥାନକୁ ଖାଦ୍ୟରେ ଭରିବାକୁ ଚେଷ୍ଟା କରିଥିଲେ। ଯାହା ତାଙ୍କୁ ଏକ କ୍ଷଣସ୍ଥାୟୀ ଅନୁଭବ ଦେଉଥିଲା ଏବଂ ପୂର୍ଣ୍ଣତା ଓ ସୁଖ ବଦଳରେ ତାଙ୍କୁ ଏକପ୍ରକାର କ୍ଷତି ପହଞ୍ଚାଉଥିଲା। ଓଜନ ହ୍ରାସ କରିବା ପରେ ଖୁସି ଯେ ମୁଁ ଏଥର ସୁସ୍ଥ ହୋଇଯାଇଛି। ତ୍ରିଶାଲା ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ। ୧୯୯୬ରେ ମାଆଙ୍କ ମୃତ୍ୟୁ ପରେ ସେ ଆମେରିକାରେ ଥିବା ଅଜା ଆଈଙ୍କ ପାଖରେ ରହି ଆସୁଛନ୍ତି। ୨୦୦୮ରେ ସଞ୍ଜୟ ମାନ୍ୟତାଙ୍କୁ ପୁନଃବିବାହ କରିଥିଲେ।
ଓଜନ କମାଇଲେ ତ୍ରିଶାଲା
/sambad/media/post_attachments/wp-content/uploads/2022/07/dutt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)