ଆରାଧ୍ୟାଙ୍କ ଓଠରେ ଓଠ ମିଶାଇ ଚୁମ୍ବନ ଦେଉଥିବାର ଫଟୋ ସେୟାର କଲେ ଐଶ୍ୱର୍ଯ୍ୟା, ସୋସିଆଲ ମଡିଆରେ ଲୋକେ କହିଲେ ଲଜ୍ଜାଜନକ !
ନୂଆଦିଲ୍ଲୀ: ନିକଟରେ ‘ମଦର୍ସ ଡେ’ ଅବସରରେ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଝିଅ ଆରଧ୍ୟା ସହିତ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଆରଧ୍ୟାଙ୍କୁ ଲିପ୍-ଟୁ-ଲିପ୍ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ସହିତ ଐଶ୍ୱର୍ଯ୍ୟା ଖୁବ୍ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଥିଲେ କି ‘‘ଲଭ୍ ୟୁ ଅନ୍କଣ୍ଡିସ୍ନାଲି ହାପିଏଷ୍ଟ ମାମା ଇନ୍ ଦ ଓ୍ଵାଲର୍ଡ’’। ଐଶ୍ୱର୍ଯ୍ୟାଙ୍କ ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ କେତେକ ଲୋକ ଐଶ୍ୱର୍ଯ୍ୟା ଓ ଆରଧ୍ୟାଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ଟ୍ରୋଲର କହିଛନ୍ତି, ଏହି ଚୁମ୍ବନକୁ ନେଇ କିଏ କ’ଣ ଭାବୁଛି ମୁଁ ଜାଣେ ନା। କିନ୍ତୁ ୫ରୁ ୬ବର୍ଷର ଶିଶୁଙ୍କ ଓଠରେ ଓଠ ଲଗାଇ ଚୁମ୍ବନ ଦେବା ଖରାପ ହୋଇଥାଏ। ଶିଶୁଙ୍କୁ ଚୁମ୍ବନ ଦେବା କିଭଳି ଖରାପ ହୋଇଥାଏ ଏହା କେବଳ ସେହି ବ୍ୟକ୍ତି ହିଁ ଜାଣନ୍ତି। ପିଲାଙ୍କ ଚୁମ୍ବନ ଦେବା ଅଭିଭାବକ ପାଇଁ ଏକ ସାଧାରଣ କଥା ହୋଇଥାଏ। ଏହା ପିଲା ଓ ଅଭିଭାବକ ମଧ୍ୟରେ ସ୍ନେହ ଓ ସମ୍ପର୍କକୁ ଦର୍ଶାଇ ଥାଏ। ପ୍ରାରମ୍ଭିକ ସମୟରେ ପିତା-ମାତାଙ୍କଠାରୁ ଯେତେବେଳେ ପିଲାଙ୍କୁ ପିଜିଟଭି ଫିଜିକାଲ ଏକ୍ସପିରିଏକ୍ସ ମିଳିଥାଏ, ଯାହାଫଳରେ ଭବିଷ୍ୟତରେ ଶାରୀରିକ ସ୍ନେହ ପ୍ରତି ସେମାନେ ଅବଗତ ହୋଇ ଥାଆନ୍ତି। କେବଳ ଏତିକି ନୁହେଁ ଅନ୍ୟ ଜଣେ ଐଶ୍ୱର୍ଯ୍ୟାଙ୍କ ସେକ୍ସୁଆଲ ଓ୍ଵରିଏଣ୍ଟେସନ୍ ଉପରେ ବି ପ୍ରଶ୍ନ କରିଛନ୍ତି। ଆଉ କେହି କେହି ଶିଶୁ ସହିତ ଯୌନ ଶୋଷଣ କରାଯାଉଛି ବୋଲି ବି କହିଥିଲେ।