ଛୋଟ ପୋଷାକରେ ଯୋଗାଭ୍ୟାସ କରୁଥିବା ଦୃଶ୍ୟକୁ ପୋଷ୍ଟ କରି ଟ୍ରୋଲ ହେଲେ ହିନା

ନୂଆଦିଲ୍ଲୀ: ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ହିନା ଖାନ୍‌ ପୁଣିଥରେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଯୋଗ ଦିବସ ଅବସରରେ ସେ ଯୋଗାଭ୍ୟାସ କରୁଥିବା ସମୟର କେତେଟି ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ସେ ଟ୍ରୋଲ ହୋଇଛନ୍ତି।

ହିନା ଖାନ୍‌ ଏହି ଫଟୋ ପୋଷ୍ଟ କରିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ତୁମେ ଜଣେ ମୁସଲିମ୍‌ ଝିଅ। ଏଭଳି ପୋଷାକରେ ଯୋଗାଭ୍ୟାସ କରିବା ତା’ସହିତ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସତରେ ଲଜ୍ଜାର ବିଷୟ ଅଟେ। ଅନ୍ୟ ଜଣେ ଲେଖିଛନ୍ତି, ଆରେ ଯୋଗ କରି ଡ୍ରାମା କରିବା ବଦଳରେ ୫ମିନିଟ୍‌ ପାଇଁ ନମାଜ ପଢ଼ନ୍ତୁ। ନମାଜ ମୁସଲମାନ୍‌ମାନଙ୍କ ପାଇଁ ଶ୍ରେଷ୍ଠ ଯୋଗ ହୋଇଥାଏ। ଏମିତି ଛୋଟ ପୋଷାକ ପିନ୍ଧି ଯୋଗ କରି ଇସଲାମିକ୍‌ ନାମକୁ ଖରାପ କର ନାହିଁ।

ଯୋଗ କରିବାର ଡ୍ରାମା କରି ତୁମେ ଅଙ୍ଗ ପ୍ରଦର୍ଶନ କରିବା ଦରକାର ନାହିଁ। କାରଣ ପ୍ରଥମେ ତୁମେ ଜଣେ ଇସଲାମିକ୍‌ କନ୍ୟା ବୋଲି ମନେ ରଖିବା ଉଚିତ। ଏହିସବୁ କରିବା ଦ୍ୱାରା ଲୋକମାନେ ତୁମକୁ କେତେ ଘୃଣା କରୁଛନ୍ତି କେବେ କମେଣ୍ଟରେ ଆସି ଦେଖିଯାଅ।

ସମ୍ବନ୍ଧିତ ଖବର