ନୂଆଦିଲ୍ଲୀ: ବଲିଉଡ୍ ତାରକା ଶାହରୁଖ୍ ଖାନ୍କୁ ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କ ରୋଷର ଶିକାର ହେବାକୁ ପଡିଛି। ଶାହାରୁଖଙ୍କର ଜଣେ ସଂପର୍କୀୟା ଭଉଣୀ ନୁର୍ ଜାହାଁ ପାକିସ୍ତାନରେ ଆଗାମୀ ନିର୍ବାଚନ ଲଢୁଥିବା ଖବର ପ୍ରକାଶିତ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଛି। ଶାହାରୁଖ୍ଙ୍କ ଭଉଣୀ ପାକିସ୍ତାନୀ ହୋଇଥିବାରୁ ଲୋକେ ରାଗ ଦେଖାଇଛନ୍ତି। ତେବେ ୧୯୪୭ରେ ହୋଇଥିବା ଦେଶ ବିଭାଜନ ସମୟରେ ଅନେକ ଭାରତୀୟ ପରିବାର ପାକିସ୍ତାନରେ ରହିଯାଇଥିବା ବେଳେ ସେମାନଙ୍କର ପରିବାରର କିଛି ସଦସ୍ୟ ଦିଲ୍ଲୀ ଅଥବା ପଞ୍ଜାବ ପଳାଇ ଆସି ସ୍ଥାୟୀ ବାସିନ୍ଦା ପାଲଟିଥିଲେ। ଏଭଳି ସ୍ଥଳରେ ଶାହରୁଖଙ୍କ ଭଉଣୀ ପାକିସ୍ତାନ ନିର୍ବାଚନ ଲଢିବା କିଛି ଅପରାଧ ନୁହେଁ। ଅନେକ ଅଯଥାରେ ଶାହାରୁଖଙ୍କ ପାକିସ୍ତାନୀ ସଂଯୋଗ ଅଛି ବୋଲି କହି ସମାଲୋଚନା କରୁଛନ୍ତି। ଟ୍ଵିଟରରେ ଶାହାରୁଖ ପାକିସ୍ତାନ ଜାତୀୟ ପତାକା ଉଡାଉଥିବା ଏକ ଫଟୋ ପୋଷ୍ଟ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି ‘ଫିର୍ ବି ଦିଲ୍ ହୈ ପାକିସ୍ତାନୀ’। ପୁଣି ଏପରି ବି ଜଣେ ଲେଖିଛନ୍ତି କି ପାକିସ୍ତାନ୍ ଚାଲିଯାଅ, ଭାରତ କେବେ ବି ଆସିବନି।
Bollywood superstar Shah Rukh Khan’s cousin Noor Jehan is set to contest the upcoming general elections in Pakistan on July 25 from a constituency in Peshawar
Read @ANI Story | https://t.co/T1EcE6HLkN pic.twitter.com/D4vhYKhYVG
— ANI Digital (@ani_digital) June 8, 2018
Bollywood superstar Shah Rukh Khan’s cousin Noor Jehan is set to contest the upcoming general elections in Pakistan on July 25 from a constituency in Peshawar
Read @ANI Story | https://t.co/T1EcE6HLkN pic.twitter.com/D4vhYKhYVG
— ANI Digital (@ani_digital) June 8, 2018
अच्छा तभी ,यह पाकिस्तान -पाकिस्तान करता रहता हैं ??
— Jack Watson (@perryellsss) June 8, 2018
ଉଲ୍ଲେଖଯୋଗ୍ୟ କି ଶାହାରୁଖଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଦେଶ ବିଭାଜନ ସମୟରେ ପାକିସ୍ତାନରେ ନ ରହି ଭାରତ ଚାଲି ଆସିଥିଲେ। ତେବେ ଅତୀତରେ ଶାହାରୁଖ ଦେଇଥିବା କେତେକ ମନ୍ତବ୍ୟକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଛି। ସେ ଏକଦା ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ଖେଳାଇବା ସପକ୍ଷରେ ମତ ରଖିଥିଲେ। ଏକାଧିକ ପାକିସ୍ତାନୀ ଅଭିନେତା-ଅଭିନେତ୍ରୀଙ୍କୁ ସେ ତାଙ୍କ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେଇଛନ୍ତି।
अच्छा तभी ,यह पाकिस्तान -पाकिस्तान करता रहता हैं ??
— Jack Watson (@perryellsss) June 8, 2018
Family before nation..no wonder the charity shows are done for every natural disaster in Pakistan,never India by SRK https://t.co/uT839wNUd4
— Pretti (@prettispecial1) June 8, 2018
“I hope people support me in the same way they support Shah Rukh Khan,” says Noor Jehan
Guess What?
She is SRK’s Cousin !
Any doubts on his quick Help to Pakistan during Floods ?
— Dark Matter (@DARKMATTER1008) June 8, 2018
Srk wanted Pak players in IPL even after attacks on India.
Srk was partying after 2 Days of Mumbai blast@iamsrk said India is Intolerant
Srk’s family members are contesting elections in Pakistan.
RT if u feel Terrorist Srk should be thrown to Pakistan @SRKsWarrior1__ pic.twitter.com/YeVZNNQvGu
— Deνιℓ (@ibeingdevil__) June 7, 2018
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ରହୁଥିବା ଏହି ଭଉଣୀଙ୍କ ସହ ଶାହାରୁଖଙ୍କ ସଂପର୍କ ଅତି ନିବିଡ଼। ସଂପର୍କୀୟା ଭଉଣୀ ନୁର୍ ଜହାଁ ମହିଳା ସଶକ୍ତିକରଣ ପାଇଁ କାମ କରିବାକୁ ଚାହାନ୍ତି। ଏହା ବ୍ୟତୀତ ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ବିଶେଷ ଦୃଷ୍ଟି ରଖିବେ ବୋଲି ଜାଣିବାକୁ ମିଳିଛି। ନୁର୍ ଜହାଁଙ୍କ ଭାଇ ଜଣେ କାଉନ୍ସିଲର୍ ହୋଇଥିବାରୁ ରାଜନୀତି ସହିତ ତାଙ୍କ ପରିବାରର ପୂର୍ବରୁ ସଂପର୍କ ରହିଛି ବୋଲି ନୁର୍ ଜହାଁ ମତ ରଖିଛନ୍ତି। ସେ ଆଗାମୀ ନିର୍ବାଚନରେ ନିର୍ଦଳୀୟ ପ୍ରାର୍ଥୀ ଭାବେ ପେଶାବରରୁ ପ୍ରତିଦ୍ୱନ୍ଦିତା କରିବେ।