ଏହି ଚଳଚ୍ଚିତ୍ରରେ ବନ୍ୟା ନାମକ ଝିଅର ଅଦମ୍ୟ ସାହସର କାହାଣୀ ଉପସ୍ଥାପିତ ହୋଇଛି। ଗାଁର ଝିଅ ବନ୍ୟା ଅଦ୍ଭୁତ ଶକ୍ତିର ଅଧିକାରିଣୀ। ସେ ଲୋକଙ୍କ ମନ ପଢ଼ିପାରେ। ମା’ଛେଉଣ୍ଡ ବନ୍ୟାକୁ ଏଥିପାଇଁ ଲୋକେ ଡାହାଣୀ ଆଖ୍ୟା ଦିଅନ୍ତି। ସେ ସାବତ ମା’ର ଅତ୍ୟାଚାରର ବି ଶିକାର ହୁଏ। ବନ୍ୟା ସହରକୁ ଚାଲିଆସେ ଓ ନୂଆ ଜୀବନ ଆରମ୍ଭ କରେ ଏବଂ ରୋନକକୁ ଜୀବନସାଥୀ ଭାବେ ଚୟନ କରେ। ହେଲେ ଏହା ପରେ ବି ବହୁ ବାଧାବିଘ୍ନର ସମ୍ମୁଖୀନ ହୁଏ ସେ। ବନ୍ୟା ପ୍ରମାଣ କରେ ଯେ ପ୍ରେମ, ସତ୍ୟ ଓ ଆନ୍ତରିକତା ହିଁ ପ୍ରକୃତ ଶକ୍ତି। ଏହା ଜୀବନର ପ୍ରତିକୂଳ ପରିସ୍ଥିତିରେ ଆଗକୁ ନେବାରେ ସହାୟକ ହୁଏ।
ଏକ ବାସ୍ତବଧର୍ମୀ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ୱାଇଫ ନୁହେଁ ସେ ୱାଇଫାଇ’ ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ପ୍ରସାରିତ ହେବ।
ମୀନାକ୍ଷୀ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ସଂଜୀବ ଦ୍ବିବେଦୀ ନିର୍ଦ୍ଦେଶିତ ‘ୱାଇଫ ନୁହେଁ ସେ ୱାଇଫାଇ’ରେ ମୁଖ୍ୟ ଚରିତ୍ରରେ ସ୍ୱପ୍ନା ପ୍ରିୟଦର୍ଶିନୀ, ଗିରିଜା, ମିଲି, ସୁମନ୍ତ ନଜର ଆସିବେ। ସିନେମାର ସଂଗୀତ ଦାୟିତ୍ୱ ଶାନ୍ତନୁ ନାୟକ ସମ୍ଭାଳିଥିବା ବେଳେ ଅଭିଜିତ ପାଢ଼ୀ, ନେହା ନୀହାରିକା କର ଓ ସ୍ମରଣିକା ନାୟକ ପ୍ରମୁଖ କଳାକାର କଣ୍ଠଦାନ କରିଛନ୍ତି। ବାପୁ ଗୋସ୍ୱାମୀ ଗୀତ ରଚନା କରିଥିବା ବେଳେ କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି। ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/12/new-prowqe-2025-07-12-13-51-05.jpg)