ମୁମ୍ବାଇ : #ମି ଠୁ ଅଭିଯାନ ଆରମ୍ଭ ହେବା ପରେ ଅନେକ ନେତା ଅଭିନେତା ଏହାର ଶିକାର ହୋଇଥିଲେ । ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ଉପରେ ଲାଗିଥିଲା ଯୌନ ଶୋଷଣର ଅଭିଯୋଗ । ସେ ମଧ୍ୟରେ ଗୋଟିଏ ନାଁ ଥିଲା ଟି-ସିରିଜ୍ର ଚେୟାରମ୍ୟାନ୍ ଭୂଷଣ କୁମାରଙ୍କର । ଭୂଷଣଙ୍କ ନାମରେ ଅଭିଯୋଗ ଆସିବା ପରେ ତାଙ୍କ ପତ୍ନୀ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଆରୋପକୁ ସଂପୂର୍ଣ୍ଣ ମିଛ ବୋଲି କହି ନିଜ ସ୍ୱାମୀଙ୍କୁ ସମର୍ଥନ କରିଥିଲେ । ଏବେ ଅଭିଯୋଗ ଲଗାଇଥିବା ମହିଳା ମଧ୍ୟ ନିଜେ ଆରୋପକୁ ମିଛ ବୋଲି ସ୍ୱୀକାର କରିଛନ୍ତି । ଅବସାଦଗ୍ରସ୍ତ ହୋଇ ମୁଁ ଏପରି କହିଥିବା କହିବା ସହ ଜାନୁଆରି ୧୬,୨୦୧୯ରେ ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ କରିଥିବା ଅଭିଯୋଗକୁ ଫେରାଇ ଆଣିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଜାନୁଆରି ୧୬ରେ ସେ ଭୂଷଣ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସେହି ଦିନ ହିଁ ଅଭିଯୋଗକୁ ଫେରାଇ ଆଣିଥିଲେ । ଏହା ସହ ନିଜ ଭୁଲ ପାଇଁ ଭୂଷଣ କୁମାର ଏବଂ କ୍ରିଷନ୍ କୁମାରଙ୍କୁ କ୍ଷମା ମାଗିଥିବା ଦେଖା ଯାଇଛି ।
/sambad/media/post_attachments/wp-content/uploads/2019/01/bhusan-mos_749_011719043825-257x300.jpg)
ମହିଳାଜଣଙ୍କ ପୁଲିସକୁ ଦେଇଥିବା ହାତଲେଖା ଚିଠିରେ ଲେଖିଛନ୍ତି, ‘ମୁଁ ଭୂଷଣ କୁମାର ଏବଂ କ୍ରିଷନ୍ କୁମାରଙ୍କ ବିରୋଧରେ ଯୌନ ଶୋଷଣର ଯେଉଁ ଅଭିଯୋଗ ଆଣିଥିଲି,ତାହା ଫେରାଇ ନେଉଛି । ମୁଁ ଯାହା ବି ଆରୋପ ଲଗାଇଥିଲି ତାହା ସଂପୂର୍ଣ୍ଣ ମିଛ । ଅବସାଦଗ୍ରସ୍ତ ହୋଇ ମୁଁ ଏପରି କରିଥିଲି । ଦୁହିଁଙ୍କ ସମ୍ମାନରେ କୌଣସି କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମୁଁ ତାହା କରି ନଥିଲି । ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ । ମୁଁ କ୍ରିଷନ୍ କୁମାରଙ୍କୁ ଅନୁରୋଧ କରୁଛି ସେ ମୋ ବିରୋଧରେ ଅମ୍ବୋଲି ପୁଲିସ ଷ୍ଟେସନରେ କରିଥିବା ଅଭିଯୋଗ ଫେରାଇ ଆଣନ୍ତୁ।’
ଏହି ଚିଠିଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।