ମୁମ୍ବାଇ: ଦିବ୍ୟା ଖୋସଲା କୁମାର ବଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ସୁନ୍ଦର ଚେହେରା ହେତୁ ସେ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି। କିଛି ମାସ ହେବ ଦିବ୍ୟା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ସର୍ବଦା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଯଥେଷ୍ଟ ବ୍ୟକ୍ତିଗତ ରଖିଆସିଛନ୍ତି। ହେଲେ କିଛି ମାସ ତଳେ ଏହି ଦମ୍ପତିଙ୍କ ମଧ୍ୟରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ହେଉଥିଲା।
ଦିବ୍ୟା ଖୋସଲା ନିଜ ନାମରୁ ‘କୁମାର’ ହଟାଇବା ପରେ ଅଭିନେତ୍ରୀ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏଭଳି ଚର୍ଚ୍ଚା ହେବା ପରେ ଦିବ୍ୟା ବା ଭୂଷଣ କୌଣସି ପ୍ରତିକ୍ରିୟା ରଖିନଥିଲେ। ହେଲେ ଏବେ ଭୂଷଣ ପ୍ରଥମ କରି ଛାଡ଼ପତ୍ର ଚର୍ଚ୍ଚାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଦିବ୍ୟା ଓ ମୋ ମଧ୍ୟରେ ସବୁ ଠିକ ଅଛି। ଆମ ସମ୍ପର୍କ ପୂର୍ବ ଭଳି ମଜବୁତ ଅଛି। ଦିବ୍ୟା ଇନଷ୍ଟାରେ ତାଙ୍କ ନାମରୁ ‘କୁମାର’ ହଟାଇ ଦେଇଥିଲେ କାରଣ ଜଣେ ଜ୍ୟୋତିଷ ତାଙ୍କୁ ଏଭଳି କରିବାକୁ କହିଥିଲେ। ‘କୁମାର’ ହଟାଇବା ପଛରେ ଅନ୍ୟ କିଛି କାରଣ ନାହିଁ। ଟି-ସିରିଜ୍ ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛି।