ନାବାଳିକା ନାୟିକାଙ୍କୁ ଚୁମ୍ବନ ଦୃଶ୍ୟ କରିବାକୁ କହି ବିବାଦରେ ନିର୍ମାତା

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଆସିକ୍‌’ର ନିର୍ମାତା ଏବେ ବିବାଦରେ ଫସି ଯାଇଛନ୍ତି। ଧାରାବାହିକରେ ଅଭିନୟ କରୁଥିବା ୧୬ ବର୍ଷୀୟା ନାୟିକାଙ୍କୁ ଏକ ଚୁମ୍ବନ ଦୃଶ୍ୟ କରିବାକୁ କହିବାରୁ ଅଭିଯୋଗ ଆଣିଛନ୍ତି ନାୟିକାଙ୍କ ମାଆ। ଧାରାବାହିକରେ ହେଖିବାକୁ ମିଳୁଛି ପଂକ୍ତି ଓ ଆହାନଙ୍କ ରୋମାଣ୍ଟିକ୍‌ କେମେଷ୍ଟ୍ରି। ଏହି ସୁନ୍ଦର ଯୋଡ଼ି ଭୂମିକାରେ ଅବତୀର୍ଣ୍ଣ ଅଛନ୍ତି ଜନତ ଜୁବେର ରହମାନି ଏବଂ ରିତ୍‌ଭିକ୍‌ ଅରୋରା। ଧାରାବାହିକର ପ୍ରତିଟି ଏପିସୋଡ୍‌ରେ ଦେଖିବାକୁ ମିଳୁଛି କିଛି ନା କିଛି ରୋମାଣ୍ଟିକ୍‌ ଦୃଶ୍ୟ। ଯାହା ବି ହେଉ, ଏଥିରେ ଆଦୌ ଖୁସି ନାହାନ୍ତି ନାୟିକା ଜନତଙ୍କ ମାଆ।

ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏକ ଦୃଶ୍ୟରେ ରିତ୍‌ଭିଙ୍କୁ ଚୁମ୍ବନ ଦେବା ପାଇଁ ନିର୍ଦ୍ଦେଶକ ଜନତକୁ କହିଥିଲେ। ଏହି କାରଣକୁ ନେଇ ଜନତଙ୍କ ମାଆ ଏବଂ ଧାରାବାହିକ ନିର୍ମାତଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଅଭିନୟ କଲେ ଏପରି ଦୃଶ୍ୟ କରିବାକୁ ପଡ଼େ ବୋଲି ନିର୍ମାତା କହିଥିବା ବେଳେ ପୂର୍ବ ଚୁକ୍ତି ବିଷୟରେ ମନେ ପକାଇଥିଲେ ଜନତଙ୍କ ମାଆ। ଜନତଙ୍କ ମାଆଙ୍କ କହିବା ମୁତାବକ, ଧାରାବାହିକ ସ୍ୱାକ୍ଷର କରିବା ସମୟରେ ହିଁ ତାଙ୍କ ଝିଅ କୌଣସି ଚୁମ୍ବନ ଦୃଶ୍ୟ କରିବେ ନାହିଁ ବୋଲି ସେ ସେ ସ୍ପଷ୍ଟ କରିଥିଲେ। ମାତ୍ର ନିର୍ମାତା ତାଙ୍କ କଥାରୁ ଓହରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର