‘ଅଙ୍କଲ ନୁହଁ ଆରକେ ଡାକ’; ଇଣ୍ଡିଆନ ଆଇଡଲ ପ୍ରତିଯୋଗୀଙ୍କୁ ଏଭଳି କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ତୁ ଝୁଟୀ ମେଁ ମକ୍କାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି ସତ, କିନ୍ତୁ ସୋସିଆଲ ମିଡିଆରୁ ଦୂରେଇ ରହିଥିବାରୁ କେବଳ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଫିଲ୍ମର ପ୍ରଚାର ଦାୟିତ୍ବ ନେଇଛନ୍ତି। ତେବେ ସୋସିଆଲ ମିଡିଆରେ ପ୍ରଚାର କରିପାରୁନଥିଲେ ବି ରଣବୀର ବିଭିନ୍ନ ରିୟାଲିଟି ସୋ’କୁ ଫିଲ୍ମର ପ୍ରଚାର କରିବାକୁ ଯାଉଥିବା ଦେଖାଯାଇଛି।

ନିକଟରେ ସେ ଇଣ୍ଡିଆନ ଆ‌ଇଡୋଲକୁ ଫିଲ୍ମର ପ୍ରଚାର ପାଇଁ ଯାଇଥିଲେ। ଏଠାରେ ଜଣେ ପ୍ରତିଯୋଗୀ ତାଙ୍କୁ ଅଙ୍କଲ ବୋଲି ଡାକିଥିଲେ, ଯାହା ଶୁଣିବା ପରେ ଉପସ୍ଥିତ ଲୋକେ ହସିବା ଆରମ୍ଭ କରିଥିଲେ। ଏହା ପରେ ରଣବୀର ତାଙ୍କୁ ଅଙ୍କଲ ନଡାକି ଆରକେ ଡାକ ବୋଲି କହିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ରଣବୀର ପ୍ରତିଯୋଗୀଙ୍କୁ ଅଙ୍କଲ ନୁହେଁ ଆରକେ ଡାକ ବୋଲି କହିଛନ୍ତି। ଏଭଳି କହିବା ପରେ ରଣବୀର ପ୍ରତିଯୋଗୀଙ୍କୁ ରଙ୍ଗ ଲଗାଉଥିବା ଦେଖାଯାଇଛି।

ଏହା ପୂର୍ବରୁ ସୋସିଆଲ ମିଡିଆରେ ସକ୍ରିୟ ନରହିବା ପଛର କାରଣ ଜଣାଇ ରଣବୀର କହିଥିଲେ, ଯେତେବେଳେ ଜଣେ କଳାକାର ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି, ସେତେବେଳେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଭାବରେ ନିଜକୁ ଉପସ୍ଥାପନ କରିବାକୁ ପଡେ। ଲୋକ କ’ଣ ପସନ୍ଦ କରିବେ କ’ଣ ନକରିବେ, ତାହା ଧ୍ୟାନରେ ରଖିବାକୁ ପଡେ। ମୁଁ ସେଭଳି କରିପାରିବି ନାହିଁ। ଜଣେ ଅଭିନେତା ଏବଂ ଅଭିନେତ୍ରୀଙ୍କ ଯେଉଁ ରହସ୍ୟ ରହିବା କଥା ତାହା ଏବେ ରହୁନାହିଁ। ସୋସିଆଲ ମିଡିଆରେ ଆମେ ବହୁତ ବିଜ୍ଞାପନ କରୁଛୁ। ଫିଲ୍ମ କରି ଏହାର ପ୍ରଚାର ସୋସିଆଲ ମିଡିଆରେ କରୁଛୁ। ଲୋକମାନେ ଆମକୁ ଏତେ ଦେଖି ଦେଖି ଶୀଘ୍ର ବିରକ୍ତ ହୋଇଯାଉଛନ୍ତି ଓ ଆମକୁ ହଟାଇ ନୂଆ ହିରୋ ଆଣିବା ବିଷୟରେ କହୁଛନ୍ତି।

ସମ୍ବନ୍ଧିତ ଖବର