କାହିଁକି ଏକାଠି ଫିଲ୍ମର ପ୍ରଚାର କରୁନାହାନ୍ତି ଶ୍ରଦ୍ଧା-ରଣବୀର? ଆଲିଆଙ୍କ ଆଡକୁ ଉଠୁଛି ଅଙ୍ଗୁଳି

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ତୁ ଝୁଟୀ ମେଁ ମକ୍କାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗକୁ ଫିଲ୍ମ ରିଲିଜ ଥିବା ବେଳେ ସେ ଏହି ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଅଭିନେତା ବିଭିନ୍ନ ସ୍ଥାନକୁ ଯାଇ ଅନେକ ଇଭେଣ୍ଟରେ ନିଜ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି ସତ, କିନ୍ତୁ ସୋସିଆଲ ମିଡିଆରୁ ଦୂରେଇ ରହିଥିବାରୁ କେବଳ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଫିଲ୍ମର ପ୍ରଚାର ଦାୟିତ୍ବ ନେଇଛନ୍ତି।

ଦୁହେଁ ଅଲଗା ଅଲଗା ଫିଲ୍ମର ପ୍ରଚାର କରୁଥିବାରୁ ରଣବୀର କାହିଁକି ଶ୍ରଦ୍ଧାଙ୍କ ସହ ଫିଲ୍ମର ପ୍ରଚାର କରୁନାହାନ୍ତି, ତାକୁ ନେଇ ଏବେ ଚର୍ଚ୍ଚା। ବଲିଉଡ ଅଭିନେତ୍ରୀ ତଥା ରଣବୀରଙ୍କ ପତ୍ନୀ ଆଲିଆ ଭଟ୍ଟ ରଣବୀରଙ୍କୁ ମନା କରିଥିବାରୁ ସେ ଶ୍ରଦ୍ଧାଙ୍କ ସହ ପ୍ରଚାର କରୁନଥିବା କଥା କିଛି ଲୋକ କହିବା ଆରମ୍ଭ କରିଛନ୍ତି। ହେଉଥିବା ଏହି ଚର୍ଚ୍ଚା ବିଷୟରେ ରଣବୀରଙ୍କୁ ପଚରାଯିବା ପରେ ସେ କହିଛନ୍ତି ଯେ, ଅଯଥା ଗୁଜବ ପ୍ରଚାର କର ନାହିଁ। ମୁଁ ପୂର୍ବରୁ କହିସାରିଛି ଯେ ମୁଁ ଶ୍ରଦ୍ଧାଙ୍କ ସହ କାହିଁକି ଚଳଚ୍ଚିତ୍ରର ପ୍ରମୋସନ କରୁନାହିଁ। ନିର୍ମାତାମାନେ ଚାହୁଁଛନ୍ତି ଯେ ଦର୍ଶକମାନେ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟରେ ସିଧାସଳଖ ଆମର ଯୋଡି ଦେଖନ୍ତୁ। ତେଣୁ ଆମେ ସାଥିରେ ଫିଲ୍ମର ପ୍ରଚାର କରୁନାହୁଁ। ଆଲିଆ ମୋତେ ମନା କରିନାହାନ୍ତି। ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଛ। ସେ କାହିଁକି ମୋତେ ମନା କରିବେ? ଏସବୁ କହି ବିବାଦ ଆରମ୍ଭ କରନ୍ତୁ ନାହିଁ। ଆଜିକାଲି ମୋ ଜୀବନରେ କୌଣସି ବିବାଦ ନାହିଁ।

ସମ୍ବନ୍ଧିତ ଖବର