ହରର୍‌ ଫିଲ୍ମ ନିର୍ମାତା ତୁଲସୀ ରାମସେଙ୍କ ପରଲୋକ

ମୁମ୍ବାଇ:ବଲିଉଡରେ ହରର୍‌ ଫିଲ୍ମର ସମ୍ରାଟ୍‌ ଭାବେ ବିବେଚିତ ହେଉଥିବା ରାମ୍‌ସେ ବ୍ରଦର୍ସ ଫେମ୍‌ ନିର୍ଦ୍ଦେଶକ ତୁଲସୀ ରାମସେଙ୍କର ମୁମ୍ବାଇରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ସତୁରି ଓ ଅଶି ଦଶକରେ ଅନେକ ଲୋକପ୍ରିୟ ହରର୍‌ ଫିଲ୍ମର ନିର୍ଦ୍ଦେଶନା ହୋଇଥିଲା।
ରାମ୍‌ସେ ବ୍ରଦର୍ସଙ୍କ ମଧ୍ୟରୁ ବଡ଼ ଥିଲେ ତୁଲସୀ ରାମ୍‌ସେ ।ତାଙ୍କର ଅନ୍ୟ ଭାଇମାନେ ହେଲେ ଶ୍ୟାମ,କେଶୁ ,ଅର୍ଜୁନ,ଗାଙ୍ଗୁ ଓ କିରଣ,ରାମସେ ବ୍ରଦର୍ସ ହୋଟେଲ୍‌,ପୁରାନା ମନ୍ଦିର,ତହଖାନା,ବୀରାନା ଓ ବନ୍ଦ ଦରବାଜା ସମେତ ଆହୁରି କେତେକ ଫିଲ୍ମ ନିର୍ମାଣ କରିଥିଲେ। ତୁଲସୀ ରାମ୍‌ସେ ୧୯୯୩ରେ ପ୍ରସାରିତ ହୋଇଥିବା ‘ଜି ହରର୍‌ ସୋ’ର ବି ନିର୍ଦ୍ଦେଶନା ଦେଇଥିଲେ।


୭୭ ବର୍ଷ ବୟସ୍କ ତୁଲସୀ ରାମ୍‌ସେର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତାଙ୍କର ଶେଷ କୃତ୍ୟ ମଧ୍ୟ ମୁମ୍ବାଇଠାରେ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର