ମୁମ୍ବାଇ: ମହାରାଷ୍ଟ୍ରର ନାଇଗାଓଁରେ ଏକ ଟିଭି ସୋ’ ଚାଲିଥିବାବେଳେ ଗତ ଶନିବାର ଅଭିନେତ୍ରୀ ତୁନିଶା ଶର୍ମା ମେକଅପ ରୁମକୁ ଯାଇ ବେକରେ ଫାଶୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ମହାରାଷ୍ଟ୍ରର ୱାଲିଭ ପୁଲିସ ସୂଚନା ଦେଇଛି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିନେତ୍ରୀ ତୁନିଶା ଶର୍ମା ତାଙ୍କ ସହ ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ସହ ମେକଅପ ରୁମରେ ଥିଲେ। ତେବେ ସେଜାନ ସୁଟ ସେଟରୁ ଫେରି ଦେଖନ୍ତି ତ ରୁମ୍ କବାଟ ବନ୍ଦ ଥିଲା। ବାରମ୍ବାର ଡାକିବା ପରେ କବାଟ ଖୋଲି ନଥିଲେ ତୁନିଶା। ତେବେ କବାଟ ଭାଙ୍ଗି ଦେଖିବା ବେଳକୁ ତୁନିଶା ଫ୍ୟାନରେ ଝୁଲି ପଡ଼ିଥିଲେ।

ୱାଲିଭ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତୁନିଶାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ କୋ-ଷ୍ଟାର ଶିଜାନ ମହମ୍ମଦ ଖାନଙ୍କୁ ପୁଲିସ ଗିରଫ କରିଛି  । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯିବ।

ନିକଟରେ ‘ମ୍ୟାଡାମ ସାର’ ଫେମ ପ୍ରୀତି ତନେଜା ଦାବି କରିଛନ୍ତି କି, ‘ତୁନିଶା ଏବଂ ଶିଜାନ ଭଲ ବନ୍ଧୁ ଥିଲେ। ତୁନିଶା ଶିଜାନଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଶିଜାନ ତୁନିଶାଙ୍କ ସହିତ ସମସ୍ତ ସମ୍ପର୍କ କାଟି ବିବାହ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଏହାକୁ ନେଇ ତନିଶା ସବୁବେଳେ ଚିନ୍ତାରେ ରହୁଥିଲେ। କାରଣ ତନିଶା ଅନ୍ତସତ୍ତ୍ବା ଥିଲେ, ତେଣୁ ସେ ଶିଜାନଙ୍କୁ ବିବାହ କରିବାକୁ ବାରମ୍ବାର ପ୍ରସ୍ତାବ ଦେଉଥିଲେ।’