ଜଳପ୍ରଳୟ ମଧ୍ୟରେ ଫସିଯାଇଥିବା ଅଭିନେତା ଭିଡିଓ ସେୟାର କରି କହିଲେ,‘ଘରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ’

ନୂଆଦିଲ୍ଲୀ: ପ୍ରବଳବର୍ଷା ହେତୁ ଅନେକ ସ୍ଥାନରେ ଜଳପ୍ରଳୟ ‌ସମସ୍ୟା ସୃଷ୍ଟି ହୋଇଛି। ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି। ଏମିତି ଜଳବନ୍ଦୀରେ ଟେଲିଭିଜନ ଅଭିନେତା ରୁସଲାନ ମୁମତାଜ  ମନାଲିକୁ ଏକ ପ୍ରୋଜେକ୍ଟର ସୁଟିଂ ପାଇଁ ଯାଇଥିବା ବେଳେ  ଫସି ଯାଇଛନ୍ତି।

ଜଳବନ୍ଦୀରେ ଫସିଯିବା ପରେ ମୁମତାଜ ଘଟଣାର ଦୃଶ୍ୟ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି, ମନାଲି ଓ ଚଣ୍ଡିଗଡ଼କୁ ଯୋଡ଼ୁଥିବା ରାସ୍ତା ପ୍ରବଳ ବର୍ଷା ହେତୁ ସୃଷ୍ଟି ହୋଇଥିବା ବନ୍ୟା ଜଳରେ ବୁଡ଼ି ଯାଇଛି।

ରୁସଲାନ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ଅତିକ୍ରମ କରି ଆସିଥିବା ରାସ୍ତା ଏବେ ବୁଡ଼ି ଯାଇଛି। ଏହି ରାସ୍ତାରୁ ଏବେ ବାହାରିବା ପାଇଁ ଅନ୍ୟ କୌଣସି ବାଟ ନାହିଁ। ଏଠାରେ ଏପରି ଭାବେ ଫସିଯିବି ମୁଁ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି। ମନାଲି ଅନେକ ଥର ଆସିଛି। ଏଥିର ମନାଲିର ଏଭଳି ଅବସ୍ଥା ଦେଖି ମୁଁ ସ୍ତବ୍ଧ ‌ଯେତିକି ଚାରିଆଡେ ଜଳପ୍ରଳୟ ଦେଖି ଭୟଭୀତ ମଧ୍ୟ।  ଏଠାରେ ନେଟୱାର୍କ ନାହିଁ। ଘରକୁ ଯିବା ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି।

ଏହି ସୁନ୍ଦର ସ୍ଥାନରେ ଅସୁବିଧା ସମୟରେ ରହିଛି। ମୁଁ ଜାଣିନାହିଁ ଏବେ ମୋତେ ଖୁସି ହେବା ନା ଦୁଃଖ ହେବ ନା କୃତଜ୍ଞ ହେବ ଦରକାର କି ମୁଁ ବଞ୍ଚିଯାଇଛି। ମନାଲିର ଅନେକ ରାସ୍ତାଘାଟ, ହୋଟେଲ ଓ ବଜାର ବନ୍ୟାପାଣିରେ ଭାସି ଯାଇଛି। ପ୍ରତ୍ୟେକ ହିଲ‌ଷ୍ଟେସନରେ ରେଡଆଲର୍ଟ ଜାରି କରାଯାଇଛି।’

ସମ୍ବନ୍ଧିତ ଖବର