ବିଗ୍‌ ବସ୍‌କୁ ନିଜ ସହ ଯିବା ପାଇଁ ପ୍ରତିଶ୍ରୁତି ଦେଇ ଟିଭି ଅଭିନେତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଜଲୋଟା,ଧୋକା ଦେଇ ଜସ୍‌ଲୀନଙ୍କ ସହ ଯିବାରୁ ଗିରଫ ଦାବି କଲେ ଅଭିନେତ୍ରୀ

ମୁମ୍ବାଇ : ବିଗ୍‌ ବସ୍‌ ଆରମ୍ଭ ହେବାଠାରୁ ଅନୁପ୍‌-ଜସ୍‌ଲୀନଙ୍କ ଯୋଡ଼ି ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହିଛି । ଦୁଇଜଣଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ବିଷୟରେ ଜଣା ପଡ଼ିବା ପରେ ସେମାନଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ପ୍ରତିଦିନ ଏହି ଯୋଡ଼ିକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଏବେ ଜଣେ ଧାରାବାହିକ ଅଭିନେତ୍ରୀ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗ୍‌ ବସ୍‌କୁ ନିଜ ସହ ଯିବା ପାଇଁ ପ୍ରତିଶ୍ରୁତି ନେଇ ଅନୁପ୍‌ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । କିନ୍ତୁ ଯିବା ସମୟ ଆସିବା ପରେ ସେ ଜସ୍‌ଲୀନ୍‌ଙ୍କ ସହ ଯାଇଥିବା ଜାଣି ଏବେ ଅନୁପ୍‌ଙ୍କ ଗିରଫ ଦାବି କରିଛନ୍ତି ଅଭିନେତ୍ରୀ ।

indiatimes.com

ସୂଚନା ମୁତାବକ, ବିଗ୍‌ ବସ୍‌ ଆରମ୍ଭ ହେବାର ୬ମାସ ପୂର୍ବରୁ ଅନୁପ୍‌ ଅଭିନେତ୍ରୀଙ୍କୁ ବିବାହ କରିବି ବୋଲି କହିବା ସହ ବିଗ୍‌ ବସ୍‌କୁ ମଧ୍ୟ ତାଙ୍କ ସହ ଯିବା ପାଇଁ ସୁଯୋଗ ମିଳିବ ବୋଲି କହିଥିଲେ । ଅଭିନେତ୍ରୀଙ୍କ ବୟସ  ଅନୁପ୍‌ଙ୍କଠାରୁ ଖୁବ୍‌ କମ ହୋଇଥିବାରୁ ପ୍ରଥମେ ଅଭିନେତ୍ରୀଜଣଙ୍କ ଅନୁପ୍‌ଙ୍କ ଜାଲରେ ଫସି ନ ଥିବା ବେଳେ କିଛି ଦିନ ପରେ ଅନୁପ୍‌ଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବା ଦେଖି ସେ ମଧ୍ୟ ଅନୁପ୍‌ଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ । ଯାହା ପରେ ୬ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟ ଦୁଇଥର ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା ବୋଲି ଅଭିନେତ୍ରୀଜଣକ ଖୁଲାସା କରିଛନ୍ତି । ଦୁଇ ଥର ଶାରୀରିକ ସଂପର୍କ ରଖିବା ପରେ ଅଗଷ୍ଟ ମାସରେ ଅନୁପ୍‌ ଅଭିନେତ୍ରୀଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ । ବାରମ୍ବାର ଫୋନ କରିବା ପରେ ଅନୁପ୍‌ ଫୋନ ନ ଉଠାଇବାରୁ ଦୁହେଁ ବିଗ୍‌ ବସ୍‌ ଯାଇ ପାରିବେ ନାହିଁ ବୋଲି ଭାବି ଅଭିନେତ୍ରୀ ଆମେରିକା ଚାଲି ଯାଇଥିଲେ । ସେଠାକୁ ଯିବା ପରେ ଅନୁପ୍‌ଙ୍କୁ ଜସ୍‌ଲୀନ୍‌ଙ୍କ ସହ ଦେଖି ଅନୁପ୍‌ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିବା ସହ ତୁରନ୍ତ ତାଙ୍କର ଗିରଫ ଦାବି କରିଛନ୍ତି ଅଭିନେତ୍ରୀ ।

ସମ୍ବନ୍ଧିତ ଖବର