ମୁଁ ତୁମକୁ ଚୁମ୍ବନ ଦେବାକୁ ଚାହୁଁଛି ବୋଲି ଏହି ଅଭିନେତ୍ରୀଙ୍କୁ କହିଲେ ଫ୍ୟାନ୍‌ !

ମୁମ୍ବାଇ: ଜଣାଶୁଣା ଟେଲିଭିଜନ୍‌ ଅଭିନେତ୍ରୀ ଓ ବିଗ୍‌ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋନି ସିଂହ ତାଙ୍କର ଜଣେ ପ୍ରଶଂସକଙ୍କ କଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ବାରମ୍ବାର ସୋନି ସିଂହଙ୍କୁ ଅଶ୍ଳୀଳ ଫଟୋ ଓ କମେଣ୍ଟ ସେୟାର କରିବା ସହିତ ବ୍ଲାକ୍‌ମେଲିଂ ବି କରୁଛି। ଏହି ଅଶ୍ଳୀଳ କମେଣ୍ଟ ହେତୁ ସୋନି ସାଧାରଣ ଜୀବନ ବଞ୍ଚି ପାରୁ ନାହାନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସୋନି କହିଥିଲେ, କିଛିଦିନ ହେବ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଛନ୍ତି। ଯାହାକୁ ନେଇ ଗତ କିଛିଦିନ ହେବ ମୁଁ ବହୁତ ଚିନ୍ତାରେ ରହିଛି। ମୁଁ ତାଙ୍କୁ ଅନେକ ଥର ବ୍ଲକ୍‌ ମଧ୍ୟ କରିସାରିଛି। ଏହାପରେ ବି ସେ ଫେକ୍‌ ଆଇଡି କୋଲି ସେଭଳି କମେଣ୍ଟ ଓ ଫଟୋ ବାରମ୍ବାର ପଠାଉଛନ୍ତି। ପ୍ରଥମେ ପ୍ରଥମେ ସେ ଭଲ କଥାବର୍ତ୍ତା ହେଉଥିଲେ। କିନ୍ତୁ ଧୀରେ ଧୀରେ ସେ ଅଶ୍ଳୀଳ ସ୍ୱଭାବ ଦେଖାଇବା ଆରମ୍ଭ କରି ଦେଇଥିଲେ। ଏପରି କି ସେ ମୋତେ ଚୁମ୍ବନ ଦେବାକୁ ଚାହୁଁଛନ୍ତି ବୋଲି ବି ସୋସିଆଲ ସାଇଟ୍‌ରେ ଲେଖିଥିଲେ। ଯଦି ସେ ଏଭଳି ଫଟୋ ଓ କମେଣ୍ଟ ପଠାଇବା ବନ୍ଦ ନକରନ୍ତି ତେବେ ସାଇବର ସେଲରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବି ବୋଲି କହିଛନ୍ତି ସୋନି।

ସମ୍ବନ୍ଧିତ ଖବର