ଆଜି ହେବ ତୁନିଶା ଶର୍ମାଙ୍କ ଅନ୍ତିମ ସତ୍କାର; ଏବେ ବି ରହସ୍ୟ ଘେରରେ ରହିଛି ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଅନ୍ତିମ ସତ୍କାର ଆଜି ମୁ୍ମ୍ବାଇରେ କରାଯିବ। ଏତେ କମ୍‌ ବୟସରେ ଡିସେମ୍ବର ୨୪ ତାରିଖରେ ଅଭିନେତ୍ରୀ ଦୁନିଆ ଛାଡ଼ି ଯିବା ପରେ ସାରା ଦେଶରେ ଶୋକରଛାୟା ଖେଳିଯାଇଛି। ସୂଚନ‌ାରୁ ଜାଣିବାକୁ ମିଳିଛି ‌ଯେ ଆଜି ତ‌ା‌ଙ୍କ ଅନ୍ତିମ ସତ୍କାର ଗଡ୍‌ଦେବ୍‌ ନାକା ରୋଡ୍‌ର ଶ୍ମଶାନରେ ହେବ। ତାଙ୍କ ନିଧନ ଖବର ପୂରା ଟିଭି ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ତେବେ ତୁନିଶା ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ କଥା ସବୁ ଉଠୁଛି।

ହାରାଷ୍ଟ୍ରର ନାଇଗାଓଁରେ ଚାଲିଥିବା ସୁଟିଂ ସେଟରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ନେଇ ଗତ ଶନିବାର ଖବର ଆସିଥିଲା। ଏହି ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ମୃତ୍ୟୁ ପରେ ତୁନିଶାଙ୍କ ମୁମ୍ବାଇର ଜେଜେ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇଥିଲା।

ତେବେ ମାତ୍ର ୨୦ବର୍ଷ ବୟସରେ ତୁନିଶା ଆତ୍ମହତ୍ୟା କରିବେ ଏହି ଖବରକୁ କେହି ବିଶ୍ବାସ କରି ପାରୁ ନାହାନ୍ତି। ଏହାରି ଭିତରେ ତୁନିଶାଙ୍କ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି, ତାଙ୍କ ଶ୍ବାସରୁଦ୍ଧ ହୋଇଯାଇଥିବା ହେତୁ ମୃତ୍ୟୁ ହୋଇଛି। ଅର୍ଥାତ ଫାଶୀ ଲଗାଇବା ପରେ ସେ ନିଶ୍ବାସ-ପ୍ରଶ୍ବାସ ନନେଇ ପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା କୁହାଯାଉଛି। ଏଥିସହିତ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ବି ନାହିଁ। ତୁନିଶାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ସେ ଅନ୍ତସତ୍ତ୍ବା ଥିବା ନେଇ କେତେଜଣ କହୁଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର