ଆସୀମ ରିଆଜ ଏବଂ ହିମାଂଶୀ ଖୁରାନାଙ୍କ ବ୍ରେକଅପର ପ୍ରକୃତ କାରଣ କହିଲେ ଅବୁ ମଲିକ

ମୁମ୍ବାଇ: ରିଆଲିଟି ସୋ’ ବିଗ୍ ବସ୍ ୧୩ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା | ଅଭିନେତ୍ରୀ ଶେହନାଜ ଗିଲ ଏବଂ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଭଲ ବନ୍ଧୁତା ଏବଂ ଏକପାଖିଆ ପ୍ରେମ ହେଉ କିମ୍ବା ଅଭିନେତ୍ରୀ ରଶ୍ମୀ ଦେଶାଇଙ୍କ ସହିତ ସିଦ୍ଧାର୍ଥଙ୍କ ତୁ ତୁ ମେନ୍ ମେନ୍ | ସିଜନ ୧୩ରେ ଅନେକ ଦମ୍ପତି ପ୍ରେମରେ ପଡ଼ିଥିଲେ | ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଆସୀମ ରିଆଜ ଏବଂ ହିମାଂଶୀ ଖୁରାନା | ସୋ’ ଶେଷ ହେବା ପରେ ମଧ୍ୟ ଦୁହେଁ ସାଥିରେ ରହିଥିବାର ଦେଖାଯାଇଥିଲା |

ଦୁହିଁଙ୍କୁ ଅନେକ ମ୍ୟୁଜିକ ଭିଡିଓରେ ଦେଖିବାକୁ ପାଇଥିଲେ ଦର୍ଶକ | କିନ୍ତୁ ୨୦୨୩ରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା  | ସେମାନେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ, ଉଭୟ ନିଜ ଧର୍ମକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ବିଗ୍ ବସ୍ ୧୩ର ଆଉ ଏକ ପ୍ରତିଯୋଗୀ ଅବୁ ମଲିକ୍ କହିଛନ୍ତି |

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଆସୀମ ଏବଂ ହିମାଂଶୀଙ୍କ ବ୍ରେକଅପ୍ ସେମାନଙ୍କ ଧର୍ମ ପାଇଁ ହୋଇ ନଥିଲା  | ବ୍ରେକଅପ ହବାର କାରଣ କିଛି ଅଲଗା ଥିଲା | ଆସୀମ ହିମାଂଶୀଙ୍କ ଉପରେ ପ୍ରତିବନ୍ଧକ ଲଗାଉଥିଲେ। ହିମାଂଶୀ କ’ଣ ଚାହୁଁଛନ୍ତି ତାକୁ ଗୁରୁତ୍ୱ ନଦେଇ ନିଜ ନିଷ୍ପତ୍ତି ମାନିବାକୁ ହିମାଂଶୀଙ୍କୁ ବାଧ୍ୟ କରୁଥିଲେ | ଏହି କାରଣ ବିଷୟରେ ମୁଁ ଆରତୀ ସିଂଙ୍କ ବିବାହକୁ ଯାଇଥିବା ବେଳେ ଜାଣିଥିଲି  |

ସମ୍ବନ୍ଧିତ ଖବର