ନୂଆଦିଲ୍ଲୀ : ଈଶିତା ଚରିତ୍ରରେ ଅଭିନୟ କରି ଧାରାବାହିକ ‘ୟେ ହୈ ମୋହବତେଁ’ରୁ ଲୋକପ୍ରିୟତା ପାଇଥିବା ଦିବ୍ୟଙ୍କା ତ୍ରିପାଠୀ ବର୍ତ୍ତମାନ ତାଙ୍କ ପୂର୍ବ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ । ଦିବ୍ୟଙ୍କାଙ୍କୁ ନିକଟରେ ଦେଖିବାକୁ ମିଳିଥିଲା ରାଜୀବ ଖଣ୍ଡେଲଓ୍ଵାଲଙ୍କ ନୂତନ ଟକ୍ ସୋ ‘ଜଜ୍ବାତ୍’ରେ। ଏଥିରେ ଦିବ୍ୟଙ୍କା ଆସିଥିଲେ ସ୍ୱାମୀ ବିବେକ୍ଙ୍କ ସହିତ। ଏହି ସମୟରେ ହଠାତ୍ ତାଙ୍କ ପୂର୍ବ ପ୍ରେମିକଙ୍କ ବିଷୟରେ କହି କାନ୍ଦି ପକାଇଥିଲେ ଦିବ୍ୟାଙ୍କା । ଆସନ୍ତୁ ଜାଣିବା ପ୍ରକୃତରେ କ’ଣ ରହିଥିଲା ଇଶିମା’ଙ୍କ ପୂର୍ବ ପ୍ରେମିକଙ୍କ କାହାଣୀ ।
ରାଜୀବ ଖଣ୍ଡେଲଓ୍ଵାଲ ବହୁଦିନର ବ୍ୟବଧାନ ପରେ ଟେଲିଭିଜନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କର ଏହି ଟକ୍ ସୋ’ର ନାମ ଜଜ୍ବାତ୍ ରହିଥିବା ବେଳେ ଏଥିରେ କଳାକାରଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରାଯିବ । ଏହି ସୋ’ ଜି ଟିଭି ରେ ପ୍ରସାରିତ ହେବାକୁ ଯାଉଛି। ଏହି ସୋ’ର ପ୍ରଥମ ଏପିସୋଡ଼ରେ ଅତିଥି ଭାବେ ଦେଖାଦେବେ ଦିବ୍ୟାଙ୍କା ଏବଂ ତାଙ୍କ ଅଭିନେତା ସ୍ୱାମୀ ବିବେକ୍ । ବର୍ତ୍ତମାନ ପର୍ଯ୍ୟନ୍ତ ସୋ’ର କେବଳ ପ୍ରୋମୋ ରିଲିଜ କରାଯାଇଛି। ଏଥିରେ ଇଶିମା ଓରଫ ଦିବ୍ୟାଙ୍କା ତାଙ୍କ ଜୀବନରେ ପ୍ରେମର ମହତ୍ତ୍ୱ କ’ଣ ରହିଛି ସେ ବିଷୟରେ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2018/05/juzzbaat-310x205-300x198.jpg)
ସୋ’ରେ ରାଜୀବ ଦିବ୍ୟାଙ୍କାଙ୍କୁ ତାଙ୍କ ପୂର୍ବ ପ୍ରେମିକ ଏବଂ ତାଙ୍କ ସହ ବିଚ୍ଛେଦ ପରେ କ’ଣ ହୋଇଥିଲା ବୋଲି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ଭାବପ୍ରବଣ ହୋଇ ସେ କହିଥିଲେ, ପୂର୍ବ ପ୍ରେମରେ ବିଚ୍ଛେଦ ତାଙ୍କ ଜୀବନର ୮ ବର୍ଷ ନଷ୍ଟ କରିଦେଇଛି। ସେ ମାନସିକ ସ୍ତରରେ ବହୁ ଦୁର୍ବଳ ହେବା ସହ ଅନ୍ଧବିଶ୍ୱାସୀ ହୋଇ ଯାଇଥିଲେ । ପରେ ତାଙ୍କ ଜୀବନରେ ବିବେକ ପ୍ରେମର ପ୍ରତୀକ ହୋଇ ଆସିଥିଲେ ।
ତେବେ ଆପଣଙ୍କ ସୂଚନା ପାଇଁ ଦିବ୍ୟଙ୍କା ଏବଂ ଅଭିନେତା ସରଦ ମାଲହୋତ୍ରାଙ୍କ ମଧ୍ୟରେ ବହୁ ଦିନ ପ୍ରେମ ସଂପର୍କରେ ରହିଥିଲା । ଦୁହିଁଙ୍କ ମଧ୍ୟରେ ବହୁ ଦିନରେ ସଂପର୍କ ରହିଥିଲେ ହେଁ କୌଣସି ଏକ କାରଣରୁ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା । ତେବେ ଏ ବିଷୟରେ କହିବା ସହ ଶୋକାକୂଳ ହୋଇ ପଡ଼ିଥିଲେ ଦିବ୍ୟଙ୍କା ।