ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କୁ କିଏ ବା ନ ଜାଣେ, ସେ ତାଙ୍କ ଅଭିନୟ ଜରିଆରେ ଲୋକମାନଙ୍କୁ ବହୁତ ଏଣ୍ଟଟେନ୍‌ମେଣ୍ଟ କରିଛନ୍ତି । ତେବେ ଏହି ସବୁ କଥା ମଧ୍ୟରେ ଏକ ରୋଚକ କଥା ସାମ୍ନାକୁ ଆସିଛି । ୫୦ ବର୍ଷ ବୟସରେ ଗ୍ରାଜୁଏଟ୍‌ ହୋଇଥିଲେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଜଣାଶୁଣା ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା । ସେ ଲଣ୍ଡନ ୟୁନିଭର୍ସିଟିରୁ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ଶେଷ କରିଥିଲେ ।

Advertisment

ସୂଚନା ମୁତାବକ, ୧୦୨୨ରେ ଅଭିନେତ୍ରୀ ତଥା ଲେଖକ ଟ୍ୱିଙ୍କଲ ଖାନ୍ନା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ୫୦ ବର୍ଷ ବୟସରେ ଅଭିନେତ୍ରୀ ଟ୍ୱିଙ୍କଲ ଗ୍ରାଜୁଏଟ୍‌ କରିବାକୁ ପସନ୍ଦ କରିଥିଲେ, ଏବଂ ସେ ପଢ଼ିଥିଲେ ମଧ୍ୟ ।

ଟ୍ୱିଙ୍କଲ ପଢ଼ିବା ପାଇଁ ବ୍ରିଟେନ ଚାଲି ଯାଇଥିଲେ । ସେ ତାଙ୍କ ସହ ଝିଅ ନିତାରାଙ୍କୁ ମଧ୍ୟ ସାଙ୍ଗରେ ରଖିଥିଲେ । ଟ୍ୱିଙ୍କଲ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ କରିଥିଲେ ଏବଂ ୨୦୨୩ ରେ ଡିଗ୍ରୀ ଶେଷ କରିଥିଲେ । ପରେ ସେ ମୁମ୍ବାଇ ଫେରି ଆସିଥିଲେ ।

୫୦ ବର୍ଷ ବୟସରେ ଛାତ୍ର ହୋଇ କ'ଣ ଅନୁଭବ କରିଥିଲେ ଏକ ସାକ୍ଷାତକାରରେ ଟ୍ୱିଙ୍କଲ କହିଛନ୍ତି । ସେ କହିଛନ୍ତି ଯେ, ''ମୁଁ ଏ ବୟସରେ ବହୁତ କିଛି ଶିଖିବାକୁ ଚାହୁଁଛି । ମୁ ଯେତେବେଳେ ଛୋଟ ଥିଲି, ବହୁତ ଅଧ୍ୟୟନ କରୁଥିଲି । ଗଣିତ ଏବଂ ବିଜ୍ଞାନ ମୋର ପ୍ରିୟ ବିଷୟ ଥିଲା । ମୁଁ ସବୁବେଳେ ଶିକ୍ଷା ଉପରେ ଧ୍ୟାନ ଦେଇ ଆସିଛି ।

ଅଧିକ ପଢ଼ନ୍ତୁ: ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ବିଦ୍ୟାଳୟକୁ ପୁଣିଥରେ ଫେରିବା ମୋ ପାଇଁ ଏକ ଜୀବନର ପରିବର୍ତ୍ତନକାରୀ ଭଳି ଅନୁଭୂତି ଥିଲା । ଛାତ୍ରଭାବେ ମୁଁ ଜୀବନରେ ଯାହା ଶିଖିଥିଲି ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କେବଳ ମାଷ୍ଟର ଡିଗ୍ରୀ ହାସଲ କରିଛି ଏହାର ଅର୍ଥ ନୁହେଁ ଯେ ମୁଁ ଅଧ୍ୟୟନ ଛାଡ଼ିଦେବି । ମୁଁ ଆହୁରି ଅଧିକ ଅଧ୍ୟୟନ କରିବି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ