କୋଲକାତା: ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ୧୫୦ମିଲିଗ୍ରାମରୁ ଅଧିକ ତରଳ ପଦାର୍ଥ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସିବିଆଇ ଏବେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି।
ଅଗଷ୍ଟ ୯ ତାରିଖ ଭୋର ୩ଟାରୁ ୫ଟା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ୯ ତାରିଖ ସକାଳେ ହସ୍ପିଟାଲର ସେମିନାର ପ୍ରକୋଷ୍ଠରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ସିସିଟିଭି ଦୃଶ୍ୟ ଆଧାରରେ କୋଲକାତା ପୁଲିସର ଜଣେ ପୁଲିସ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି।
View this post on Instagram
ଏହି ଘଟଣା ପରେ ଅଭିନେତ୍ରୀ ଟୁଇଙ୍କଲ ଖନ୍ନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ମୋତେ ୫୦ବର୍ଷ ହୋଇଗଲାଣି। ମୁଁ ମୋ ଝିଅକୁ ସବୁବେଳେ ସେହି ଗୋଟିଏ କଥା ଶିଖାଇ ଆସିଥାଏ ଯାହାକୁ ମୋତେ ମୋ ପିଲାଦିନରୁ ଶିଖାଯାଇଛି। ଝିଅକୁ ମୋର ଏତିକି କହିବାର କି ମା’ରେ ତୁ ଯେତେ ବଡ଼ ହୋଇ ଯାଆ ରାତିରେ ଏକା କେବେ କୁଆଡେ ଯିବୁ ନାହିଁ। କାରଣ ହୋଇପାରେ ତୁ ଆଉ କେବେ ଘରକୁ ଫେରି ପାରିବୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/87c0da65-4ac9-4055-a688-690333dc8579.jpg)