ଗଜା ହେବା ପୂର୍ବରୁ ଜନ୍ମଦିନରେ ସ୍ୱାମୀ ଉପହାରରେ ଦେଇଥିବା ପିଆଜ କାନଫୁଲକୁ ପିନ୍ଧି ଫଟୋ ସେୟାର କଲେ ଟ୍ଵିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର କିଛିଦିନ ତଳେ ପତ୍ନୀ ଟ୍ଵିଙ୍କଲ ଖାନ୍ନାଙ୍କ ଜନ୍ମଦିନରେ ଏକ ପିଆଜ କାନଫୁଲ ଉପହାର ଦେଇଥିଲେ। ତେବେ ଟ୍ଵିଙ୍କଲକୁ ସ୍ୱାମୀ ଅକ୍ଷୟଙ୍କ ଏହି ପିଆଜ କାନଫୁଲର ଉପହାର ଖୁବ ପସନ୍ଦ ଆସିଥିଲା । ଟ୍ଵିଙ୍କଲ ସାସିଆଲ ମିଡିଆରେ ଏହି ପିଆଜ କାନଫୁଲ ପିନ୍ଧିଥିବାର ଫଟୋକୁ ସେୟାର ବି କରିଛନ୍ତି।

ଏହି ପୋଷ୍ଟରେ ଟ୍ଵିଙ୍କଲ ଲେଖିଛନ୍ତି କି, ‘ମୋତେ ଏହି ମୂଲ୍ୟବାନ କାନଫୁଲ ପିନ୍ଧିବାକୁ ଏକ ଅବସର ମିଳିଥିବାରୁ ମୁଁ ବହୁତ ଖୁସି’। ସେ ଏହି କାନଫୁଲ ଗଜା ହେବା ପୂର୍ବରୁ ପିନ୍ଧି ଦେଇଥିବା କହିଛନ୍ତି। ଆହୁରି ମଧ୍ୟ #OnionsAreAGirlsBestFriendsବୋଲି ସେ ଲେଖିଛନ୍ତି।

ସୂଚନାଯୋଗ୍ୟ, ‘ଦ କପିଲ ଶର୍ମା ସୋ’ରେ ଅକ୍ଷୟ ନିଜ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ପ୍ରମୋସନ ପାଇଁ ଯାଇଥିବା ବେଳେ ଟ୍ଵିଙ୍କଲଙ୍କ ଜନ୍ମଦିନରେ ଉପହାର ଦେବାକୁ ଏକ ପିଆଜ କାନଫୁଲ ନେଇ ଆସିଥିଲେ। ସିନେମା ‘ଗୁଡ ନ୍ୟୁଜ’ ଡିସେମ୍ବର ୨୭ରେ ରିଲିଜ ହେବ। ଏହି ସିନେମାରେ ଅକ୍ଷୟଙ୍କ ବ୍ୟତୀତ କରୀନା କପୁର ଖାନ୍‌, କିୟାରା ଆଡବାଣୀ ଓ ଦିଲଜୀତ ଦୋସାଝାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର