ମୁମ୍ବାଇ: ବଲିଉଡ଼୍ର ତିନି ସୁପର ଖାନ୍ ଏମିତି କିଛି ନାୟିକାଙ୍କ ସହ କାମ କରିଛନ୍ତି।ଏମାନଙ୍କ ଭିତରୁ ଜଣେ ହେଲେ ଟ୍ଵିଙ୍କଲ୍ ଖାନ୍ନା । ଏବେ ସେ ହେଉଛନ୍ତି ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ। ହେଲେ ଆପଣ କ’ଣ ଜାଣନ୍ତି କି ଏହି ନାୟିକାଙ୍କ ସହ ମିଷ୍ଟର ପର୍ଫେକ୍ନିଷ୍ଟ ଅମୀର ଖାନଙ୍କ ଯୋଡି ଜମି ନଥିଲା ହେଲେ ଅନ୍ୟ ଦୁଇ ଖାନଙ୍କ ସହ ଫିଲ୍ମ ହିଟ୍ ହୋଇଥିଲା। ଅମୀର ଖାନ ତାଙ୍କର ସୁଦୀର୍ଘର୍ କ୍ୟାରିଅର ମଧ୍ୟରେ ନାୟିକାଙ୍କ ସହ କାମ କରିଛନ୍ତି। ଠିକ୍ ସେହିପରି ସ୍ୱଳ୍ପ କ୍ୟାରିଅର ଭିତରେ ଟ୍ଵିଙ୍କଲ ଖାନ୍ ସଲମାନ୍ ଖାନ୍,ଶାହାରୁଖ୍ ଖାନ୍ ଓ ଅମୀର୍ ଖାନ୍ ଙ୍କ ଭଳି ତିନି ସୁପର୍ ଖାନ୍ଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ।
ଅମୀର୍ ଖାନ୍ -ଟ୍ଵିଙ୍କଲ୍ ଖାନ୍ନାଙ୍କ ଯୋଡ଼ି ବକ୍ସ ଅଫିସ୍ରେ ଫେଲ୍ ମାରିଥିଲା।ଅମୀର୍ ଖାନ୍ -ଟ୍ଵିଙ୍କଲ୍ ଖାନ୍ନାଙ୍କ ଯୋଡ଼ିକୁ ଦର୍ଶକ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଥିଲେ।ତାହା ହେଲା୨୦୦୦ ମସିହାରେ ରିଲିଜ୍ ହୋଇଥିଲା ‘ମେଲା’। ଏହାର ନିର୍ଦ୍ଦେଶନା ଦେଇଥିଲେ ‘ରାଜା ହିନ୍ଦୁସ୍ତାନୀ’ ଫେମ୍ ଧର୍ମେଶ ଦର୍ଶନ। ଅନ୍ୟ ପକ୍ଷରେ ସଲମାନ୍ ଖାନ୍ -ଟ୍ଵିଙ୍କଲ୍ ଖାନ୍ନାଙ୍କ ଯୋଡ଼ି ‘ଜବ୍ ପ୍ୟାର୍ କିସିସେ ହୋତା ହେ’ ଏବଂ ଶାହରୁଖ୍ ଖାନ୍ -ଟ୍ଵିଙ୍କଲ୍ ଖାନ୍ନାଙ୍କ ଯୋଡ଼ି ‘ବାଦଶାହା’ରେ ନଜର ଆସିଥିଲେ ଏବଂ ଏହି ସବୁ ସିନେମା ସୁପରହିଟ୍ ହୋଇଥିଲା।