ଲକ୍‌ଡାଉନରେ ୩୦୦ ନୂଆ ଗୀତ କମ୍ପୋଜ କରିଛନ୍ତି ବୋଲି କହିବା ପରେ ଟ୍ବିଟର୍‌ରେ ଟ୍ରୋଲ୍‌ ହେଲେ ହିମେଶ ରେଶମିୟା

ମୁମ୍ବାଇ: ଟ୍ବିଟର୍‌ରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି କଣ୍ଠଶିଳ୍ପୀ ହିମେଶ ରେଶମିୟା। ସେ ଲକ୍‌ଡାଉନ୍‌ରେ ଘରେ ରହି ୩୦୦ରୁ ଊର୍ଧ୍ବ ଗୀତ କମ୍ପୋଜ କରିଛନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିବା ପରେ ତାଙ୍କୁ ‌ଲୋକେ ଟ୍ରୋଲ୍‌ କରିବାରେ ଲାଗିଛନ୍ତି। ଅନେକ ଲୋକ ଲକ୍‌ଡାଉନ୍‌ ସମୟରେ କାର୍ଯ୍ୟହରା ହୋଇ ହାତରେ ହାତ ପକେଇ ବସିଥିବା ବେଳେ ହିମେଶ ୩୦୦ ଗୀତ କମ୍ପୋଜ କରିଛନ୍ତି ବୋଲି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପ୍ରଶଂସକ।

 

ସେ କହିଛନ୍ତି କି ଏକ ବଡ଼ ପ୍ରକଳ୍ପ ପାଇଁ ସେ ସମୁଦାୟ ୭୦୦ ଗୀତ କମ୍ପୋଜ କରିଥିବା ବେଳେ କେବଳ ଲକ୍‌ଡାଉନ୍‌ ସମୟରେ ୩୦୦ ଗୀତ କମ୍ପୋଜ କରିଛନ୍ତି ବୋଲି କହିଛନ୍ତି। ହିମେଶ ମୁହଁରୁ ଏପରି ଶୁଣିବା ପରେ ଟ୍ବିଟର୍‌ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

 

ଜଣେ ଟ୍ବିଟରିୟାନ୍‌ ଲେଖିଛନ୍ତି, ‘ହିମେଶ ୩୦୦ ଗୀତ କମ୍ପୋଜ କରିଛନ୍ତି ମାନେ ଅନ୍ୟ ଏକ ମହାମାରୀ ଆସିବାକୁ ଯାଉଛି।’ ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମନରୁ ଖରାପ ଲାଗୁଛି ଭାଇ, ଦୟାକର ଭାଇ।’ ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି ‘କେବଳ ହିମେଶ ରେଶମିୟା ଓ କୁମାର ସାନୁଙ୍କ କୋଲାବ୍‌ସ ୨୦୨୦କୁ ବଞ୍ଚାଇ ପାରିବ।’

 

ସମ୍ବନ୍ଧିତ ଖବର