ଏହି କାରଣ ପାଇଁ ଜୁବିନଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି ଟ୍ୱିଟର ୟୁଜର୍ସ

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଦମଦାର ଗାୟକମାନଙ୍କ ବିଷୟରେ ଯଦି ଆଲୋଚନା ହୁଏ ତେବେ ଜୁବିନ୍ ନୌଟିୟାଲଙ୍କ ନାମ ମଧ୍ୟ ସେମାଙ୍କୁ ଆସେ | ତେବେ ବର୍ତ୍ତମାନ ଜୁବିନଙ୍କ ବାବଦରେ ଏକ ବଡ଼ ଖବର ସାମ୍ନାକୁ ଆସିଛି | ବାସ୍ତବରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଜୁବିନଙ୍କୁ ଗିରଫ କରିବାକୁ ଦାବି କରାଯାଉଛି | ଟ୍ୱିଟରରେ #ArrestJubinNautyal ମଧ୍ୟ ଟ୍ରେଣ୍ଡ କରୁଛି | ତେବେ ଜୁବିନ ଏଭଳି କଣ ଭୁଲ କଲେ ଯେ, ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି ସେ ବାବଦରେ ଜାଣନ୍ତୁ | ବାସ୍ତବରେ ଜୁବିନ, ଜୟ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମ୍ୟୁଜିକ କନସର୍ଟ କରିବାକୁ ଯାଉଛନ୍ତି | ଆଉ ଏହି ଜୟ ସିଂ ନାମକ ବ୍ୟକ୍ତି ଜଣକ ମୋଷ୍ଟ ୱାଣ୍ଟେଡ ବୋଲି କୁହାଯାଉଛି। ଟ୍ୱିଟରରେ ଜୁବିନଙ୍କ ଏକ ମ୍ୟୁଜିକ କନସର୍ଟର ପୋଷ୍ଟର ସାମ୍ନାକୁ ଆସିଛି |

ଏହି ପୋଷ୍ଟରରେ ସୋ’ର ଆୟୋଜକଙ୍କ ନାମ ଜୟ ସିଂ ଲେଖାଯାଇଥିବାବେଳେ ଏହି ବ୍ୟକ୍ତିଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି | ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଜୟ ସିଂ ନାମକ ଏହି ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ଭାରତର ଜଣେ ମୋଷ୍ଟ ୱାଣ୍ଟେଡ | ଆଉ କିଛି ଟ୍ୱିଟର ୟୁଜର୍ସ ଏହା ମଧ୍ୟ ଦାବି କରିଛନ୍ତି ଯେ ଜୟ ସିଂଙ୍କ ପ୍ରକୃତ ନାମ ହେଉଛି ରେହାନ୍ ସିଦ୍ଦିକି |


କୁହାଯାଉଛି ଯେ ଜୟ ସିଂ ନାମକ ଏହି ବ୍ୟକ୍ତି ଡ୍ରଗ୍ସ ଚୋରାଚାଲାଣ ସହିତ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଜଡିତ ରହିଛି । ଅନେକ ୟୁଜର୍ସ ଜୟ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି । ଗୋଟିଏପଟେ ପୁଲିସ ଏହି ଅପରାଧୀକୁ ୩୦ ବର୍ଷ ଧରି ଖୋଜୁଥିବାବେଳେ | ଏଭଳି ପରିସ୍ଥିତିରେ ଜୁବିନ ସେହି ବ୍ୟକ୍ତିଙ୍କ କାର୍ଯ୍ୟକ୍ରମ କରୁଥିବାରୁ ତାଙ୍କୁ ଗିରଫ କରିବାକୁ ଟ୍ଵିଟରରେ ଟ୍ରେଣ୍ଡ ଜାରି ରହିଛି |

ସମ୍ବନ୍ଧିତ ଖବର