ବକ୍ସ ଅଫିସରେ ବେହୋସ ହୋଇଗଲା ‘ମନମର୍ଜିଆଁ’! ଏବେ ଅଭିନୟ ଛାଡ଼ି ବଡ଼ା ପାଓ ବିକିବା ଆରମ୍ଭ କର ବୋଲି ଟୁଇଟ୍‌ କଲେ ଦର୍ଶକ, ଏଭଳି ପ୍ରତିକ୍ରିୟା ରଖିଲେ ଅଭିଷେକ

ମୁମ୍ବାଇ : କିଛି ଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ମନମର୍ଜିଆଁ’ା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିଷେକ ବଚ୍ଚନ, ତାପ୍‌ସୀ ପନ୍ନୁ ଏବଂ ବିକି କୌଶଲ । ଫିଲ୍ମଟି ରିଲିଜ ହେବା ଦିନ ଖୁବ୍‌ କମ ଆୟ କରିଥିବା ବେଳେ ଧୀରେ ଧୀରେ ଏହାର ଆୟ ବଢ଼ିଥିଲା । ଫିଲ୍ମକୁ ଦର୍ଶକମାନେ ଏବଂ କ୍ରିଟିକ୍ସଙ୍କ ତରଫରୁ ପ୍ରଶଂସା କରାଯାଇଥିବା ବେଳେ ଏବେ ଜଣେ ଟ୍ଵିଟର ବ୍ୟବହାରକାରୀ କରିଥିବା ଟ୍ଵିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ପେସାରେ ଜଣେ ଡ଼ାକ୍ତର ହୋଇଥିବା ବ୍ୟବହାରକାରୀ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ଫିଲ୍ମ ‘ମନମର୍ଜିଆଁ’ ଉପରେ ନିଜର ମତ ରଖିଥିଲେ । ସେ ଟୁଇଟ୍‌ କରିଥିଲେ, ‘ବକ୍ସ ଅଫିସରେ ବେହୋସ ହୋଇଗଲା ଫିଲ୍ମ ‘ମନମର୍ଜିଆ’ । ପୁଣି ଥରେ ଅଭିଷେକ ଫ୍ଲପ୍‌ ଦେବାରେ ଲିଜେଣ୍ଡ ବୋଲି ସାବ୍ୟସ୍ତ ହେଲା । ସମସ୍ତଙ୍କ ପାଖରେ ଏ ଯୋଗ୍ୟତା ନ ଥାଏ । ଏବେ ନେପୋଟିଜିମ୍‌ର ସମୟ ଗଲା । ଷ୍ଟାର୍‌ କିଡ଼୍‍ସଙ୍କୁ ଏବେ ବଡ଼ା ପାଓ ବିକ୍ରି ଆରମ୍ଭ କରିବା ଦରକାର।’

ଏହି ଟ୍ଵିଟ୍‌ ଦେଖି ଏମିତି ନିଜର ମତ ରଖିଥିଲେ ଅଭିଷେକ: ‘ଆପଣ ଜଣେ ଡ଼ାକ୍ତର । ଆପଣଙ୍କୁ ଫ୍ୟାକ୍ଟ୍‌ସ ଏବଂ ଫିଗର ଦେଖି କଥା ହେବା ଦରକାର । ଜିନିଷକୁ ବୁଝିବା ଦରକାର । ଆଶା କରୁଛି କି ଆପଣ ଆପଣଙ୍କ ରୋଗୀମାନଙ୍କ ସହ ଠିକ୍‌ ଭାବରେ ବ୍ୟବହାର କରୁଥିବେ । ଟ୍ଵିଟ୍‌ କରିବା ପୂର୍ବରୁ ଫିଲ୍ମର ଇକୋନୋମିକ୍ସ ବିଷୟରେ ଜାଣନ୍ତୁ।’

ସମ୍ବନ୍ଧିତ ଖବର