ଅକ୍ଷୟ କୁମାରଙ୍କ ୭ବର୍ଷ ହେଲାଣି କାନାଡ଼ା ଯାଇ ନ ଥିବା ଟୁଇଟ୍‌ ମିଛ : ୨୦୧୪ରେ ଅକ୍ଷୟ କାନାଡ଼ା ଯାଇଥିବାର ପ୍ରମାଣ ଦେଲେ ଟୁଇଟର ବ୍ୟବହାରକାରୀ

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେଇ ନ ଥିବାରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସଫେଇ ଦେଇଥିବା ବେଳେ ତାଙ୍କୁ ଟୁଇଟ୍‌ରୁ ଜଣେ ବ୍ୟବହାରକାରୀ ସେ ମିଛ କହୁଥିବା ନେଇ ପ୍ରମାଣ କରି ଦେଇଛନ୍ତି, ଯାହାଦ୍ୱାରା ଅଭିନେତା ଅକ୍ଷୟ କୁମାରଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି ।

navbharattimes.indiatimes.com

ସୂଚନା ମୁତାବକ, ଦେଶଦ୍ରୋହ ଏବଂ ନାଗରିକତାକୁ ନେଇ ପ୍ରଶ୍ନ କରାଯିବା ପରେ ଅକ୍ଷୟ କୁମାର ଏକ ଟୁଇଟ୍‌ କରି ୭ବର୍ଷ ହେଲାଣି କାନାଡା ଯାଇ ନାହିଁ ବୋଲି ଲେଖିଥିଲେ । ତେବେ ତାଙ୍କର ଏଭଳି ଟୁଇଟ୍‌କୁ ଜଣେ ଟୁଇଟର ବ୍ୟବହାରକାରୀ ମିଛ ବୋଲି ପ୍ରମାଣ କରିଦେଇଛନ୍ତି । ୨୦୧୪ରେ ଅକ୍ଷୟ କୁମାର ଟରଣ୍ଟୋରେ ଥିଲେ ବୋଲି ଜଣାପଡ଼ିଛି । କଣ୍ଠଶିଳ୍ପୀ ମିକା ସିଂହଙ୍କ ଏକ ଟୁଇଟ୍‌ର ସ୍କ୍ରିନ୍‌ସଟ୍‌ ନେଇ ବ୍ୟବହାରକାରୀଜଣଙ୍କ ସେୟାର କରିଥିବା ବେଳେ ମିକା କରିଥିବା ଟୁଇଟ୍‌ରେ, ଗୁଡ୍‌ମର୍ଣ୍ଣିଙ୍ଗ୍‌ । ଅକ୍ଷୟ କୁମାର, ରାଜ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ,ରାହୁଲ ଖାନ୍ନା ଏବଂ କିଶୋର ଲୁଲାଙ୍କ ସହ ଟରଣ୍ଟୋରେ ଶାନଦାର ପାର୍ଟି କଲି ବୋଲି ଲେଖା ଯାଇଥଲା । ଦ୍ୱିତୀୟ ସ୍କ୍ରିନ୍‌ସଟ୍‌ରେ, ମାର୍ଚ୍ଚ ୧୦, ୨୦୧୪ରେ ଅକ୍ଷୟ କୁମାର ଟରଣ୍ଟୋର ଏକ ହୋଟେଲରେ ଟିନା ବୀରମନିଙ୍କ ବିବାହରେ ଯୋଗ ଦେଇଥିଲେ ବୋଲି ଦେଖା ଯାଇଛି । ତେବେ ଏହି ଦୁଇଟି ସ୍କ୍ରିନ୍‌ସଟ୍‌ ସାମ୍ନାକୁ ଆସିବା ପରେ ଅକ୍ଷୟ ମିଛ କହୁଥିବା ନେଇ ସ୍ପଷ୍ଟ ହୋଇଛି । ଏବେ ଏହି ବିଷୟ ଉପରେ ଅକ୍ଷୟଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା ।

navbharattimes.indiatimes.com
ସମ୍ବନ୍ଧିତ ଖବର