ଅଧାରେ ଲଟକିଛି ପପୁଙ୍କ ଏହି ଦୁଇଟି ସିନେମା

ଓଲିଉଡ଼୍‍ର ଆଗଧାଡ଼ିର ଜଣେ କମେଡ଼ିଆନ୍‌ ହେଲେ ପପୁ ପମ୍‌ପମ୍‌। ଏବେ ତାଙ୍କ ହାତରେ ରହିଛି ‘ସୁ ନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ବିଗ୍‌ ବଜେଟ୍‌ ଫିଲ୍ମ।
ପପୁ ପମ୍‌ପମ୍‌ଙ୍କୁ ଦର୍ଶକ ଇତିମଧ୍ୟରେ ୨୦ରୁ ଅଧିକ ଓଡ଼ିଆ ଛବିରେ ଦେଖିସାରିଛନ୍ତି। ହେଲେ ଆପଣ ଜାଣନ୍ତି କି ତାଙ୍କ ଅଭିନୀତ ଦୁଇଟି ଓଡ଼ିଆ ସିନେମା ଅଟକି ରହିଛି। ଏଥି ମଧ୍ୟରୁ ଗୋଟିଏ ହେଲା‘ଜୋକର୍‌’ଓ ଅନ୍ୟଟି ‘ସୁରଦାସ’।
୨୦୧୫ରେ ପପୁ ପମ୍‌ପମ୍‌ ନାୟକ ଭୂମିକା ପାଇଥିଲେ ‘ଜୋକର୍‌’ସିନେମାରେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍‌ ସଞ୍ଜୟ ନାୟକ। ଏଥିରେ ପପୁଙ୍କ ସହିତ ତମନ୍ନା,ଲିପ୍‌ସା ଓ ଦୁଷ୍ମନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମଟିର ନବେ ଭାଗ ସୁଟିଂ ସରିଛି,କିନ୍ତୁ ବାକି  ସୁଟିଂ ହୋଇପାରୁ ନ ଥିବା ହେତୁ ତାହା ରିଲିଜ୍‌ ହୋଇପାରିନାହିଁ।
ଠିକ୍‌ ସେହିପରି ‘ସୁରଦାସ୍‌’ଟାଇଟଲ୍‌ରେ ଏକ ଫିଲ୍ମରେ ଟାଇଟଲ୍‌ ରୋଲ୍‌ କରିବାର ଥିଲା ପପୁ ପମ୍‌ପମ୍‌ଙ୍କର। ଏହି ସିନେମାର ସ୍କ୍ରିପ୍ଟ୍‌ କାମ ସରିଥିଲା।ଏପରି ମ୍ୟୁଜିକ୍‌ ସୁଟିଂ ବି ଶେଷ ହୋଇଥିଲା,ମାତ୍ର ଏହା ଫ୍ଲୋର୍‌କୁ ଯାଇ ପାରି ନ ଥିଲା। ଫଳତଃ ଏଯାବତ୍‌ ‘ସୁରଦାସ’ ପ୍ରେକ୍ଷାଳୟକୁ ଆସି ପାରିନାହିଁ।
ସମ୍ବନ୍ଧିତ ଖବର