ଓଲିଉଡର ଦୁଇ ଲୋକପ୍ରିୟ ଯୋଡି ସତରେ କ’ଣ କମାଲ୍‌ କରିବେ !

ଭୁବନେଶ୍ୱର : ଆଜି ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’। ଏଥିରେ ସବ୍ୟସାଚୀ-ଏଲିନା ଏବଂ ପପୁ ପମପମ-ଲିପସାଙ୍କ ଭଳି ଦୁଇଟି ଲୋକପ୍ରିୟ ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ । ୨୦୦୦ ମସିହାରୁ ଏଯାବତ୍‌ ସିନେମା ଜଗତରେ ସକ୍ରିୟ ଥିବା ରମେଶ ରାଉତ ଇତିମଧ୍ୟରେ ତିନିଟି ଓଡ଼ିଆ ଛବି ଓ ଗୋଟିଏ ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇ ସାରିଲେଣି। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ଗୁଡ଼ିକ ହେଲା-‘ଚାନ୍ଦ ନା ତୁମେ ତାରା’,‘ଗଡ଼୍‍ ଫାଦର୍‌’ଏବଂ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’। ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’ର ପ୍ରଯୋଜକ ହେଲେ ସୀତାରାମ୍‌ ଅଗ୍ରଓ୍ଵାଲ୍‌ । ଏହା ତାଙ୍କର ୨୩ତମ ସିନେମା । ଏହି ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦନାଥ ଦାସ।


ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଥମ ଥର ପାଇଁ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କୁ ପରଦାକୁ ଆଣିଥିଲେ। କନ୍ତୁ ଏହି ଫିଲ୍ମ ରିଲିଜ୍‌ ହେବା ଆଗରୁ ଦର୍ଶକ ଅନ୍ୟ ଏକ ସିନେମା ଫୋର୍‌ ଇଡିଅଟସ୍‌ରେ ଦେଖିବାକୁ ପାଇଥିଲେ। ଦେଖାଯାଉ ଏହି ଦୁଇ ଲୋକପ୍ରିୟ ଯୋଡି କି କମାଲ୍‌ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର