ଭୁବନେଶ୍ବର: ଏବେ ବିବାଦରେ ଫସିଥିବା ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ୨୦୨୨ରେ ଏଯାଏ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଦୁଇ ସିନେମା ହେଲା ‘ପ୍ରେମମ୍’ ଓ ‘ବିଦ୍ୟାରାଣ’ । ଗତ ରଜ ଅବସରରେ ‘ପ୍ରେମମ୍’ ରିଲିଜ୍ ହୋଇଥିଲା, ଯେଉଁ ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଦେଖା ଦେଇଥିଲେ ପ୍ରକୃତି ମିଶ୍ର। ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜକ । ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିଥିଲେ।
ଏଣେ ରଥଯାତ୍ରା ଅବସରରେ ବାବୁସାନଙ୍କ ଅଭିନୀତ ‘ବିଦ୍ୟାରାଣ’ ପରଦାକୁ ଆସିଥିଲା। ଏଥିରେ ବାବୁସାନଙ୍କୁ ଦର୍ଶକ ଏହି ସିନେମାରେ ଆକସନ୍ ଅବତାରରେ ଦେଖିବାକୁ ପାଇଥିଲେ। ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଥିଲେ ଶିବାନୀ। ଏତଦବ୍ୟତୀତ ପୀୟୂଷ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ଏହି ସିନେମାରେ। ଜ୍ୟୋତି ଦାସ ଏହି ସିନେମାର ନିର୍ଦେଶକ। ‘ବିଦ୍ୟାରାଣ’ର ପ୍ରଯୋଜନା କରିଥିଲେ ନିରଞ୍ଜନ ନାୟକ।
/sambad/media/post_attachments/wp-content/uploads/2022/07/maxresdefault-3.jpg)
ଏବେ ଯେଉଁ ଦୁଇଟିରେ ଦର୍ଶକ ତାଙ୍କର ପ୍ରିୟ ତାରକା ବାବୁସାନଙ୍କୁ ଦେଖିବାକୁ ପାଇବେ ସେଥିମଧ୍ୟରୁ ପ୍ରଥମଟି ହେଲା ‘ଦମନ’। ଏଥିରେ ବାବୁସାନଙ୍କ ସହ ଭୂମିକା, ଈଶାନୀ ସେନଗୁପ୍ତା, ରାଜ ରାଜେଶ ଓ ଋଷି ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହାର ନିର୍ଦ୍ଦେଶକ ହେଲେ ରାଜେନ୍ଦ୍ର ମହନ୍ତ। ଦିଲୀପ ଚୌଧୁରୀ ଏହାର ସଂଳାପ ଲେଖିଥିବା ବେଳେ ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଏହା ଏକ ଭିନ୍ନ ଧରଣର ଫିଲ୍ମ ବୋଲି କୁହାଯାଉଛି। ଏଥିରେ ବାବୁସାନଙ୍କୁ ଡାକ୍ତର ଭୂମିକାର ଦେଖିବାକୁ ମିଳିବ।
/sambad/media/post_attachments/b8ab988b24ab0f84beca67e33c11a8d1c326e6cece1d078107733e5e5200a35c.jpg)
ଏହାଛଡ଼ା ଜଣାଶୁଣା ନିର୍ଦେଶକ ସୁଶାନ୍ତ ମଣିଙ୍କ ‘ଗୋଟେ ରାଜା ଥିଲା’ରେ ବାବୁସାନ୍ ଦେଖା ଦେବେ ବୋଲି ଜଣାପଡ଼ିଛି। ଏଥିରେ ସ୍ଥିତପ୍ରଜ୍ଞା ଅଛନ୍ତି ନାୟିକା ଭୂମିକାରେ। ଏହାଛଡ଼ା ଅପରାଜିତା ଓ ସ୍ବପ୍ନା ପ୍ରିୟଦର୍ଶନୀ ପ୍ରମୁଖ ଅଭିନୟ କରୁଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଥିବା ବେଳେ ନବାଗତ ଗୌରବ ଆନନ୍ଦ ଏହାର ସଙ୍ଗୀତକାର। ଲୋକପ୍ରିୟ ପ୍ରଯୋଜକ ରମେଶ ବାରିକ ଏହାର ପ୍ରଯୋଜନା କରୁଛନ୍ତି। ପ୍ରଥମ ଥର ଲାଗି ରମେଶ ବାରିକ ବାବୁସାନଙ୍କଙ୍କୁ ନେଇ ସିନେମା ତିଆରି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/babusan4.jpg)