ଦାଉଦ୍‌ଙ୍କୁ ନେଇ ଆସିବ ଦୁଇଟି ୱେବ୍ ସିରିଜ୍

କୁଖ୍ୟାତ ଅଣ୍ଡରଵାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ଙ୍କ ଜୀବନୀକୁ ନେଇ ଦୁଇଟି ୱେବ୍ ସିରିଜ୍ ମୁକ୍ତିଲାଭ କରିବ। ଵେବ୍ ସିରିଜ୍ ଦ୍ବୟ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ। ଚଳଚ୍ଚିତ୍ର ନିର୍ମାତା ଫରହାନ୍ ଅଖତାର୍ ଓ ରାମଗୋପାଳ ବର୍ମା ଏ ନେଇ ଏବେ ଠାରୁ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛନ୍ତି। ସୂଚନା ମୁତାବକ ଫରହାନ୍ ତିଆରି କରୁଥିବା ଏହି ୱେବ୍ ସିରିଜ୍ ହୁସେନ୍ ଜେଦିଙ୍କ ‘ଡୋଙ୍ଗରି ଟୁ ଦୁବାଇ’ ପୁସ୍ତକର କାହାଣୀରୁ ଉଦ୍ଧାର କରାଯାଇଛି। ଲକ୍‌ଡାଉନ୍ ପୂର୍ବରୁ ଫରହାନ୍‌ଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ ଏହାର ସୁଟିଂ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୁଣି ବାକି ଭାଗ ସୁଟିଂ ପାଇଁ ସେଟ୍ ତିଆରି ଚାଲିଥିବା ସୂଚନା ମିଳିଛି। ସେହିଭଳି ରାମଗୋପାଳଙ୍କ ୱେବ୍ ସିରିଜ୍ ‘ଡି କମ୍ପାନି’ ତାଙ୍କ ନିଜସ୍ବ ଅନୁସନ୍ଧାନକୁ ନେଇ ତିଆରି କରୁଛନ୍ତି। ତେବେ ସର୍ବପ୍ରଥମେ ନିଖିଳ ଆଡଭାନୀ ଦାଉଦଙ୍କୁ ନେଇ ‘ଡି ଡେ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିସାରିଛନ୍ତି। ଋଷି କାପୁର୍ ଏଥିରେ ଆତଙ୍କବାଦୀ ଦାଉଦ୍ ଭୂମିକାରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର