୨ ବର୍ଷ ପରେ ସୁଟିଂକୁ ଫେରିଛନ୍ତି ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍। ସେ ‘ପଠାନ’ର ସୁଟିଂ ଆରମ୍ଭ କରିବା ସହ ୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ କ୍ୟାମେରା ସାମ୍ନାରେ ନିଜ ଅଭିନୟର ଯାଦୁ ଚଲାଉଛନ୍ତି। ପଠାନକୁ ନେଇ ଆରମ୍ଭରୁ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହା ବଲିଉଡ୍ର ସବୁଠାରୁ ବଡ଼ ଚଳଚ୍ଚିତ୍ର ହେବ ବୋଲି ଅନୁମାନ କରାଯାଉଛି। ଶାହରୁଖ୍ ସୁଟିଂକୁ ଫେରିବା ନେଇ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଶାହରୁଖ୍ଙ୍କୁ ମନ ଖୋଲା ସ୍ବାଗତ କରିଥିବା ବେଳେ ସୁଟିଂ ଆରମ୍ଭ ହେଉ ହେଉ ଟ୍ବିଟର୍ରେ ‘ପଠାନ୍’ ନମ୍ବର ୧ ଟ୍ରେଣ୍ଡ୍ କରିବାରେ ଲାଗିଛି। ଜଣେ ପ୍ରଶଂସକ ଟ୍ବିଟର୍ରେ ଲେଖିଛନ୍ତି, ପୂରା ୮୮୧ ଦିନ, ୨୧,୧୪୪ ଘଣ୍ଟା, ୧୨,୬୮,୬୪୦ ମିନିଟ୍ ଓ ପୂରା ୭,୬୧,୧୮,୪୦୦ ସେକେଣ୍ଡ୍ ପରେ ଶାହରୁଖ୍ ସୁଟିଂକୁ ଫେରିଛନ୍ତି। ଅନ୍ୟଜଣେ ୟୁଜର୍ ଶାହରୁଖ୍ଙ୍କ ସୁଟିଂକୁ ଫେରିବାକୁ ସିଂହର ପଞ୍ଝା ମାରିବା ସହ ତୁଳନା କରିଛନ୍ତି। ଏଥିରୁ ଶାହରୁଖ୍ଙ୍କ ସୁଟିଂକୁ ଫେରିବାରେ ତାଙ୍କ ପ୍ରଶଂସକଙ୍କ ଭିତରେ ଉତ୍ସାହକୁ ଜାଣିହେଉଛି।
୨ ବର୍ଷ ପରେ କ୍ୟାମେରା ସାମ୍ନା କଲେ ଶାହରୁଖ୍
/sambad/media/post_attachments/wp-content/uploads/2017/12/saharukh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)